ମୁଖ୍ୟ ଖବର ଶତକ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା Angul OnlineJune 27, 2021June 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଆଜି ଜିଲ୍ଲାରେ ମୋଟ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜିଲ୍ଲାରେ ଗତ ୨୦ ତାରିଖରୁ କ୍ରମାଗତ ଭାବେ ଗତକାଲି ଯାଏଁ ୧୨୭ , ୧୨୧ , ୧୧୦ , ୧୧୮ , ୧୧୨ , ୧୧୯ ଓ ୧୩୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଜି ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଜିଲାବାସୀଙ୍କ ପାଇଁ ଆଶ୍ଵସ୍ତି ଆଣିଛି । ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ୧୫ଜଣ ( ୧୦ ପୁରୁଷ ଓ ୫ ମହିଳା ) , କଣିହାଁ ବ୍ଳକ ଅଞ୍ଚଳରୁ ୧୩ଜଣ ( ୧୦ ପୁରୁଷ ଓ ୩ ମହିଳା ) , ବଅଁରପାଳ ବ୍ଲକ ଅଞ୍ଚଳରୁ ୧୨ଜଣ ( ୧୦ ପୁରୁଷ ଓ୨ ମହିଳା ) , ଅନୁଗୁଳ ପୌରାଞ୍ଚଳରୁ ୧୧ଜଣ ( ୬ ପୁରୁଷ ଓ ୫ ମହିଳା ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧୦ଜଣ ( ୭ ପୁରୁଷ ଓ ୩ ମହିଳା ) , ଅନୁଗୁଳ ବ୍ଲକ ଅଞ୍ଚଳରୁ ୮ ଜଣ ( ୭ ପୁରୁଷ ଓ ୧ ମହିଳା ) , କିଶୋରନଗର ବ୍ଳକ ଅଞ୍ଚଳରୁ ୭ ଜଣ ( ୭ ପୁରୁଷ ) , ତାଳଚେର ପୌରାଞ୍ଚଳରୁ ୬ଜଣ ( ୫ ପୁରୁଷ ଓ୧ ମହିଳା ) , ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୫ଜଣ ( ୪ ପୁରୁଷ ଓ୧ ମହିଳା ) , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ଜଣ ( ୨ ପୁରୁଷ ଓ ୨ ମହିଳା ) ଓ ପାଳଲହଡା ବ୍ଳକ ଅଞ୍ଚଳରୁ ୨ଜଣ ( ୨ ପୁରୁଷ ) ଚିହ୍ନଟ ହୋଇଛନ୍ତି । ତେବେ ଆଜି ଅନୁଗୁଳ ଜିଲ୍ଲାରୁ ୧୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୧୭୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିବା ବେଳେ ଟିକାକରଣକୁ ମଧ୍ୟ ଜିଲ୍ଲାରେ ବ୍ୟାପକ କରା ଯାଇଛି । ଆଜି ସୁଦ୍ଧା ୨ ଲକ୍ଷ ୭୬ହଜାର ୫୮୫ଜଣଙ୍କୁ ଟିକା ଦିଆଗଲାଣି । Advertisement
ଆକ୍ସନ ମୁଡରେ ପ୍ରଶାସନ – ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନରୁ ଜୋରିମାନା ଆଦାୟ ଅନୁଗୁଳ – ଆକ୍ସନ ମୁଡରେ ଅନୁଗୁଳ ଉପଖଣ୍ଡ ଜିଲ୍ଲା ପ୍ରଶାସନ । ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଗଠନ ହୋଇଥିବା ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ଲଗାତାର…
ରାସ୍ତାରେ ଜଳିଗଲା ଅଟୋ – ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଅନୁଗୁଳ – ଅନୁଗୁଳ ଡାକ୍ତରଖାନା ଛକରେ ଚଳନ୍ତା ଅବସ୍ଥାରେ ଆଜି ଏକ ଅଟୋରେ ଅଗ୍ନିକାଣ୍ଡ ହୋଇଥିଲା । ହଠାତ ଅଟୋରେ ନିଆଁ ଲାଗିଯାଇଥିବା ବେଳେ ସୌଭାଗ୍ୟ ବଶତଃ…
ସାବତ ମା ପ୍ରରୋଚନାରେ ନାବାଳକକୁ ଚେଙ୍କ ଦେଲା ବାପା ଅନୁଗୁଳ – ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ । ପୁଣି ସାବତ ମା ପ୍ରବଚନାରେ ପଡି ବାପା ଦେଲା ଚେଙ୍କ । ଏଭଳି ଅଭାବନୀୟ…