ମୁଖ୍ୟ ଖବର ଟ୍ରକ ଧକ୍କାରେ ବୃଦ୍ଧା ମୃତ Angul OnlineJuly 2, 2021July 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ରଙ୍କାସିଙ୍ଗା ଗ୍ରାମର ମହିଳା ବିଜୁଳି ପ୍ରଧାନ । ବିଜୁଳି ସକାଳ ୧୦ ଘଟିକା ସମୟରେ ଘର ସାମ୍ନାରେ ଥିବା ନଳକୂପରୁ ପାଣି ଆଣିବା ପାଇଁ ଯାଇଥିଲେ । ସେଇ ସମୟରେ ଏକ ଟ୍ରକ ନଳକୂପ ସହ ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିବା ବେଳେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପୁଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ମୃତ ମହିଳାଙ୍କ ପରିବାରବର୍ଗ ଏବଂ ଗ୍ରାମବାସୀମାନେ ଏକଜୁଟ ହୋଇ ରାସ୍ତା ଉପରେ ମହିଳାଙ୍କ ମୃତଦେହ ରଖି କ୍ଷତିପୂରଣ ପାଇଁ ଦାବି କରିଥିଲେ । ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକ ଶାନ୍ତ ପଡିଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରି ତଦନ୍ତ କରୁଛି । Advertisement
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
ପୁଲିସ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର, ଦୁଇ ଛାତ୍ର ଆହତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମ ଠାରେ ପୁଲିସ କର୍ମଚାରୀଙ୍କ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଦୁଇ ଛାତ୍ର…
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…