ସମସ୍ୟା ଜବରଦଖଲ ଉଚ୍ଛେଦ – ବ୍ୟବସାୟୀ ମହଲରେ ଅସନ୍ତୋଷ Angul OnlineJuly 2, 2021July 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ମୁଖ୍ୟ ବଜାର ତଥା ହାଟତୋଟା ଅଞ୍ଚଳର ରହିଥିବା ବଜାରର ମୁଖ୍ୟ ରାସ୍ତା ଏବେ ଦୋକାନୀ ମାନଙ୍କ ଜବରଦଖଲରେ ବହୁଦିନ ହେଲା ରହି ଆସିଥିଲା । ହାଟତୋଟା ବଜାରର ମୁଖ୍ୟ ରାସ୍ତା ଉଭୟ ପାଶ୍ୱର୍ର ସ୍ଥାୟୀ ଓ ଉଠା ଦୋକାନୀମାନେ ସରକାରୀ ନୀତି ନିୟମକୁ ବେଖାତିର କରି ରାସ୍ତା ଜବର ଦଖଲ କରି ରଖିଥିଲେ । ଫଳରେ ଉକ୍ତ ରାସ୍ତାରେ ଯାତାୟତରେ ନାହିଁ ନଥିବା ହଇରାଣ ହରକତ ହେଉଥିଲେ । ଆଜି ତାଳଚେର ପୌର ପ୍ରଶାସନ ପକ୍ଷରୁ ଏହି ସବୁ ଜବରଦଖଲ ଉଚ୍ଛେଦ କରା ଯାଇଛି । ତାଳଚେର ସହରର ହାଣ୍ଡିଧୂଆ ଛକ ଠାରୁ ହାଟତୋଟା ବାଇପାସ୍ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବେ ସମସ୍ତ ବ୍ୟବସାୟୀଙ୍କ କବଜାରେ ରହିଥିଲା । କିଏ ବେନିୟମ ଦୋକାନ ଘର ତ ପୁଣି କିଏ ଡ୍ରେନ ଉପରେ ଛାଉଣୀ କରିଥିବା ଟିଣ , ଆଜବେଷ୍ଟସ୍ ଏବଂ ପ୍ଲାଷ୍ଟିକ୍ ପାଲ ପକାଇ ରାସ୍ତାକୁ ମାଡ଼ି ବସିଛି । ଏପରିକି କେତେକ ଦୋକାନୀ ଓ ବ୍ୟାଙ୍କମାନେ ଲୁହା ଖୁଣ୍ଟ ପୋତି ଡ୍ରେନକୁ ଦଖଲ କରିଥିବାରୁ ଗ୍ରାହକ , ଜନସାଧାରଣ , ଯାତ୍ରୀ ତଥା ଯାନବାହାନ ଯିବା ଆସିବାରେ ବହୁ ସମସ୍ୟା ଉପୁଜୁଥିଲା । ଅନେକ ସମୟରେ ରାସ୍ତା ଜାମ୍ ହେବାରୁ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଏବଂ ଦମକଳ ଗାଡି ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଥାଏ । ଏହା ବ୍ୟତିତ ଅନେକ ଛୋଟବଡ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏ ସବୁ ପାଇଁ ଏବଂ ବର୍ଷା ଦିନ ପୂର୍ବରୁ ଡ୍ରେନ ସଫା ଓ ମରାମତି ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଆଗକୁ ବର୍ଷା ଦିନ ଥିବାରୁ ଏବେ ଠାରୁ ଜବରଦଖଲ ଓ ମରାମତି କାମ ନ କଲେ ଅସୁବିଧା ହୋଇପାରେ । ଏଥିପାଇଁ ପୂର୍ବରୁ ନୋଟିସ ଦେବା ସହ ଆଜି ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରା ଯାଉଛି । ଏହି ଜବରଦଖଲ ବେଳେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିବା ବେଳେ ପ୍ରଶାସନ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ କୋଭିଡ କଟକଣା ଉଠିବାର ଦିନେ ନଯାଉଣୁ ଏଭଳି ଭଙ୍ଗାରୁଜାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଲୋକ । ଦୀର୍ଘଦିନ ହେଲା ଦୋକାନ ବନ୍ଦ ହେବା ଯୋଗୁଁ ଦୋକାନୀ ମାନେ ରୋଜଗାର ହରେଈଛନ୍ତି । ଜୁଲାଇ ଏକ ତାରିଖରେ କଟକାନା ହଟିବା ପରେ ମାତ୍ର ଗୋଟିଏ ଦିନ ଦୋକାନ ଖୋଲିବା ପରେ ଆଜି ଏଭଳି ଉଚ୍ଛେଦ ଯୋଗୁଁ ଅସନ୍ତୋଷ ଦେଖା ଦେଇଛି । Advertisement
ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ…
ବିଦ୍ୟୁତ୍ ବିଭାଗର ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ଅନୁଗୁଳ – ବିଦ୍ୟୁତ୍ ବିଭାଗର ( ପି ସି ଓ ଡି ଏଲ ) ବିଭିନ୍ନ ସେବାକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ସହ ବିଭାଗକୁ ଅଧିକ ଶକ୍ତିଶାଳୀ…
ବିଟ ହାଉସକୁ ଭରସା ଦଦରା ଜିପ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡ଼ିଆର ଥିବା ବିଟ ହାଉସରେ ଭଲ ଗାଡି ଖଣ୍ଡିଏ ନାହିଁ । ଏକ ବହୁ ପୁରୁଣା ଭଙ୍ଗରା…