ଆଞ୍ଚଳିକ ପାର୍ଲର ଖୋଲିବାକୁ ଦାବିପତ୍ର Angul OnlineJuly 5, 2021July 5, 2021 ଅନୁଗୁଳ – କରୋନା ଆକ୍ରାନ୍ତ ସଂଖ୍ୟା କମିବା ପରେ ଓଡିଶାର ଅନେକ ସ୍ଥାନରେ କଟକଣା କୋହଳ କରା ଯାଇଛି । ଧୀରେ ଧୀରେ ସମସ୍ତ ଦୋକାନ ବଜାର ଖୋଲା ଗଲାଣି । ତେବେ ବର୍ତ୍ତମାନ ସୁଦ୍ଧା ସରକାର ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଲଗାଇଛନ୍ତି । ଫଳରେ ଅନେକ ଦିନ ହେଲା ପାର୍ଲର ନ ଖୋଲି ପାରି ପର୍ଲର ବ୍ୟବସାୟ କରୁଥିବା ଲୋକ ହାତ ବାନ୍ଧି ବସିଛନ୍ତି । ରୋଜଗାର ନଥିବା ଯୋଗୁଁ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏଥିପାଇଁ କୋଭିଡ କଟକଣା ଭିତରେ ପାର୍ଲର ଖୋଲିବାକୁ ସେମାନଙ୍କୁ ଅନୁମତି ଦେବା ପାଇଁ ପାର୍ଲର ବ୍ୟବସାୟୀମାନେ ଦାବି କରିଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହାର ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା କଥା କୋଭିଡ ନିୟମାବଳୀ ଭିତରେ ଦୋକାନ ଖୋଲିଲେ ସେମାନେ ସେମାନଙ୍କ ରୋଜଗାର କରିପାରିବା ସହ ପରିବାର ଚଳାଇ ପାରିବେ । ପାର୍ଲର ଗୁଡିକୁ ନିୟମିତ ବିଶୋଧନ କରିବା ସହ ସାମଗ୍ରୀର ବିଶୋଧନ କରିବେ ଏବଂ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ କରି ମାସ୍କ ପିନ୍ଧି ସେମାନଙ୍କ କାମ କରିବେ । ପାର୍ଲରରେ ଗହଳି ନ ହେବା ପାଇଁ ବୁକିଂ କରିଥିବା ଗ୍ରାହକଙ୍କୁ ପାର୍ଲରକୁ ପ୍ରବେଶ ଅନୁମତି ଦେଇ କାମ କରିବେ । ପାର୍ଲର ମାଲିକ ଓ କର୍ମଚାରୀମାନେ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏସବୁ କଟକଣା ଭିତରେ ପାର୍ଲର ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । Advertisement
ଜାତୀୟ ରାଜପଥରେ ପୁଣି ଏକ ମୁଣ୍ଡ ଗଡିଲା ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୈନ୍ୟଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଆଉ ଅନେକ ଦିନ ପଥଚାରୀଙ୍କ ମୃତ୍ୟୁ…
ଭାରତୀୟ ବ୍ୟାପାରୀ ସଂଘର ପ୍ରତିଷ୍ଠା ଦିବସ ପାଳିତ ଅନୁଗୁଳ – କ୍ୟାଟ୍ (CAIT) କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସମସ୍ତ ଭାରତୀୟ ବ୍ୟାପାରୀ ସଂଘ) ଅନୁଗୁଳ ଜିଲ୍ଲା ଶାଖାର ପଞ୍ଚମ ପ୍ରତିଷ୍ଠା ଦିବସ ଗୁରୁବାର…
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…