ମୁଖ୍ୟ ଖବର ଗଛ ଉପରେ ଚଢିଗଲେ ବୃଦ୍ଧା – ନାକେଦମ ପରିବାର ଓ ଗ୍ରାମବାସୀ Angul OnlineJuly 12, 2021July 12, 2021 ଅନୁଗୁଳ – ୩୦ ଫୁଟ ଉଚ୍ଚ ନିମ୍ବ ଗଛକୁ ଚଢ଼ିଗଲେ ବୃଦ୍ଧା ହେଲେ ଓହ୍ଲାଇ ନ ପାରି ଘଣ୍ଟାଏ କାଳ ବସି ରହିଲେ ଗଛ ଉପରେ । ଗାଁ ଲୋକ ମଧ୍ୟ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଗଲା । ଆଉ ଅଗ୍ନିଶମ ବିଭାଗ ଅଧଘଣ୍ଡା ପରିଶ୍ରମ କରିବା ପରେ ସୁରକ୍ଷିତ ଭାବେ ବୃଦ୍ଧାଙ୍କୁ ଉଦ୍ଧାର କରି ପାରିଥିଲା । ଅନୁଗୁଳ ସହର ଉପକଣ୍ଠ କାଣ୍ଡସର ଗ୍ରାମର ୬୦ ବର୍ଷିୟା ବୃଦ୍ଧା ନିରାଷ ସାହୁ ସାମାନ୍ୟ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଘରକୁ ଲାଗିଥିବା ଏକ ନିମ୍ବ ଗଛକୁ ହଠାତ ଚଢ଼ି ଯାଇଥିଲେ । ୩ ମହଲା ବିଶିଷ୍ଟ ଘରର ଛାତକୁ ଲାଗିଥିବା ନିମ୍ବ ଡାଳ ସହାୟତାରେ ସେ ଚଢ଼ିଯାଇ ଡାଳରେ ବସିଥିଲେ । ବୃଦ୍ଧାଙ୍କୁ ନପାଇ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଳି କରିବା ପରେ ୩୦ ଫୁଟ ଉଚ୍ଚରେ ମା ’ ବସିଥିବା ଦେଖିବାକୁ ପାଇଥିଲେ । ମାତ୍ର ମା’କୁ କେମିତି ଆଣିବେ ସେ ଚିନ୍ତା କରିବା ବେଳକୁ ଏ ଖବର ପାଇ ସେଠାରେ ଗାଁ ଲୋକଙ୍କ ଭିଡ଼ ହୋଇଥିଲା । ବୃଦ୍ଧାଙ୍କୁ ତଳକୁ ଓହ୍ଲାଇବା ପାଇଁ ଲୋକ ମାନେ ଯେତେ ଖିଲେ ବି ଭୟରେ ବୃଦ୍ଧା ଡାଳରୁ ଘୁଞ୍ଚି ନଥିଲେ । ଶେଷରେ ଅଗ୍ନିଶମ ବିଭାଗକୁ ଡକାଯିବା ପରେ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧା ବସିଥିବା ଡାଳ ପର୍ଯ୍ୟନ୍ତ ନିଶୁଣି ପକାଯାଇଥିଲା । ଆଉ ସେହି ନିଶୁଣିରେ ଓହ୍ଲାଇବାକୁ ବୃଦ୍ଧାଙ୍କୁ କୁହାଯାଇଥିଲେ ମଧ୍ୟ ସେ ଓହ୍ଲାଇ ନଥିଲେ । ଶେଷରେ ଅଗ୍ନିଶମ ବିଭାଗର ଆଗ୍ନିକ ରଣଜିତ୍ ରାଉତ ନିଜେ ନିଶୁଣିରେ ଚଢ଼ି ଅଧଘଣ୍ଟାର ପରିଶ୍ରମ କରିବା ପରେ ବୃଦ୍ଧାଙ୍କୁ ସାଥୀରେ ଧରି ତଳକୁ ଓହ୍ଲାଇଥିଲେ । ତେବେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ଅଗ୍ନିଶମ ବାହିନୀକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି । Advertisement
୨୧ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ, ପୁଲିସ ଓ ବନବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଛେଣ୍ଡିପଦା ବ୍ଲକ ବକଳା ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର…
ମୋବାଇଲ ଫୋନ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ମୋବାଇଲ ଫୋନକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବି-୪୯୦ରେ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ଜଣେ ନାବାଳିକାକୁ ୪ ବର୍ଷ ତଳେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍…