ଆଞ୍ଚଳିକ ଘରୋଇ ବିଦ୍ୟାଳୟ ବିରୋଧରେ ଦାବିପତ୍ର Angul OnlineJuly 16, 2021July 16, 2021 ଅନୁଗୁଳ – ଓଡିଶା ଅଭିବକ ମହାସଂଘ ଅନଗୁଳ ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ସଂଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ସହ ଆଲୋଚନା କରିବା ସହ କୋଭିଡ ମହାମାରୀ ସମୟରେ ଘରୋଇ ବିଦ୍ୟାଳୟ କରୁଥିବା ଶୋଷଣ ଓ ଅନ୍ୟାୟ ବିରୋଧରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ଅଭିବାବକ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ନିଆଯାଇଛି । ଆଗାମୀ ଦୁଇସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଟାନ ଗ୍ରହଣ ନକରା ଗଲେ ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ମହାସଂଘ ଚେତାବନୀ ଦେଇଛନ୍ତି । କୋଭିଡ଼ ମହାମାରୀ ସମୟରେ ଟ୍ୟୁସନ ଫି ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଫି ୨୦୧୯-୨୦ ପାଇଁ ଛାଡ କରିବା ସହିତ ୨୦୨୦-୨୧ରେ ପରବର୍ତ୍ତୀ ଫି ବୃଦ୍ଧି ନ କରିବା ପାଇଁ ଅଭିବାବକ ସଂଘ ହାଇକୋର୍ଟର ଆଶ୍ରୟ ନେଇଥିଲେ । ହାଇକୋର୍ଟ ଅଭିଭାବକ ମହାସଂଘ ସପକ୍ଷରେ ରାୟ ଦେଇ ୧୫ ପ୍ରତିଶତ ଟିଉସନ ଫି ଛାଡ କରିବା ପାଇଁ କହିଥିଲେ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି କରୁଥିବାରୁ ଅଭିବାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ପରିତାପର ବିଷୟ ଯେ, ମହାରତ୍ନ ପ୍ରାପ୍ତ କମ୍ପାନୀ ଏମ.ସି.ଏଲ ,ଏନଟିପିସି, ନାଲକୋ ଭଳି ନବରତ୍ନ କମ୍ପାନୀର ନିଜସ୍ଵ ବିଦ୍ୟାଳୟ ରହିଛି । ଯାହାର ସମସ୍ତ ରକ୍ଷଣବେକ୍ଷଣା ଦାଇତ୍ୱ କମ୍ପାନୀ ବହନ କରୁଥିବା ବେଳେ ଏଠି ଅଣଓଡ଼ିଆ ସ୍କୁଲ ଅଧ୍ୟକ୍ଷ ନିଜର ମନମୁଖୀ ଶାସନ ଚଳାଉ ଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଏହି ଦାବି କାର୍ଯ୍ୟକାରି ନହେଲେ ମହାସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଏହି ଘଟଣାର ଅନୁଧ୍ୟାନ କରି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । Advertisement
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ପାଳିତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବରପୁତ୍ର ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ…
ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି…