ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ Angul OnlineJuly 22, 2021July 22, 2021 କଣିହାଁ- ଅନୁଗୁଳ ଜିଲ୍ଲା ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଭୋର ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣା ପଡିଛି । ଆହତଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁସରେ ପରଜଙ୍ଗ ବ୍ଲକ ଦଦରାଘାଟି ୩ ନମ୍ବର ଗାଁର ଗଣେଶ୍ୱର ସାହୁଙ୍କ ପୁଅ ସାଗର ସାହୁ ଓରଫ କାଳିଆ ଏବଂ ଦୀପକ ନାୟକ ଏନଟିପିସି କଣିହାଁ ପ୍ଲାଣ୍ଟରେ କାମ କରୁଥିଲେ । ନାଇଟ ଡିୟୁଟି ସାରି ଉଭୟ ଆଜି(ବୁଧବାର) ସକାଳେ (ଓଆର -୧୯ ଜି ୩୫୨୮)ମୋଟରସାଇକେଲରେ ଏନଟିପିସି ପ୍ଲାଣ୍ଟରୁ ସମଲ ବ୍ୟାରେଜ ରାସ୍ତାଦେଇ ନିଜ ଗାଁକୁ ଫେରୁଥିଲେ । ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟ ରାସ୍ତାରେ ସେମାନଙ୍କୁ କୋଣସି ଏକ ଅଜଣାଗାଡି ଧକ୍କାଦେବାରୁ ଘଟଣାସ୍ଥଳରେ ସାଗର ସାହୁ ଓରଫ କାଳିଆଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସହିତ ମୋଟରସାଇକେଲରେ ବସି ଯାଉଥିବା ଦୀପକ ନାୟକ ଆହତ ହୋଇଥିଲେ । ଖବରପାଇ ସମଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ସହ ମୃତକଙ୍କ ଶବକୁ ଜବତକରି ତଦନ୍ତ ଜାରି ରଖିଛି । Advertisement
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…
ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ – ତିନି ଗୁରୁତର ଅନୁଗୁଳ – ଅନୁଗୁଳ କୁଲାଡ଼ ମା’ ବ୍ରାହ୍ମଣୀଦେଇ ପୀଠ ଅଞ୍ଚଳରେ ଅଘଟଣ । ଏକ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର । ସେମାନେ…
ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ…