ଅପରାଧ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି Angul OnlineJuly 23, 2021July 23, 2021 ବନ୍ତଳା – ଅନୁଗୁକ୍ଳ ଜିଲ୍ଲା ପୁରୁଣାଗଡ଼ ମାଟିଆ ସାହି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍କୁଲର ଶିକ୍ଷକ ସଞ୍ଜୟ ସାହୁ ୧୦ ଟା ସମୟରେ ସ୍କୁଲକୁ ଆସିବା ପରେ କ୍ଲାସ ରୁମ ସମେତ ଅଫିସର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ଏହା ଦେଖି ସେ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ବେହେରାଙ୍କୁ ଫୋନ କରି ଜଣାଇ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲକୁ ଆସି ଦେଖିବା ପରେ ସ୍କୁଲର ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଥିଲା । ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ବେହେରା ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବନ୍ତଳା ଥାନା ପୁଲିସ ସାଇଣ୍ଟଫିକ ଟିମ ଓ ଡଗ ସ୍କ୍ୱାର୍ଡ ସହାୟତାରେ ଘଟଣାର ତଦନ୍ତ କରି ଥିଲା । ପ୍ରାଥମିକ ତଦନ୍ତ ବେଳେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସ୍କୁଲର ତାଲା ଭାଙ୍ଗି ସ୍କୁଲରେ ଲାଗିଥିବା ଦୁଇଟି ଫ୍ୟାନ , ଗ୍ୟାସ ସିଲିଣ୍ଡର , ଚୁଲ୍ହା , ରୋସେଇ ସାମଗ୍ରୀ ସହିତ , ଦୁଇଟି ଦରି ପାଲ ଓ ୯ଟି ପ୍ଲାଷ୍ଟିକ ଚେୟାର ନେଇ ଯାଇଥିବା ଜଣା ପଡିଛି । Advertisement
କଥା ମାନିଲା ନାହିଁ ବୋଲି ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଲା – ସ୍ଵାମୀ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ…
ବିପୁଳ ପରିମାଣର ବାଣ ଜବତ – ଜଣେ ଅଟକ ତାଳଚେର – ରାଜ୍ୟ ଓ କେନ୍ଦ୍ର ସରକାର କୋରାନା ମହାମାରୀ ପାଇଁ ବାଣ ବିକ୍ରି ନ କରିବାକୁ କଡା ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ତାଳଚେର ହାଟତୋଟା…
ପଚାଷ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ ।ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ…