ଅପରାଧ କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣା – ୨ ଅଟକ Angul OnlineJuly 25, 2021July 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଗତକାଲି ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି । କଲେଜ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟେଶରେ ଏହି ହତ୍ୟା କରା ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସବୁଦିନ ଭଳି ଗାଁ ନିକଟ ନାଳକୁ ଗତକାଲି(ଶନିବାର) ଗାଧେଇବାକୁ ଯାଇଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରା ଯାଇଥିଲା । ପରିବାର ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ ବଅଁରପାଳ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗତକାଲି ପୁଲିସ ଗିରିଧିବାସିଆ ଗାଁର ୪ ଜଣଙ୍କୁ ଅଟକ ମଧ୍ୟ ରଖିଥିଲା । ତେବେ ଆଜି ସେହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ ଛାଡି ଦେଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପଚରାଉଚୁରା କରିଥିଲା । ପଚରାଉଚୁରା ବେଳେ ସେହି ଦୁଇ ଜଣ ଦୁଷ୍କର୍ମ ଉଦ୍ୟେଶରେ ଏହି ହତ୍ୟାକାଣ୍ଡ କରିଥିବା ଜଣା ପଡିଥିବା ସୂଚନା ମିଳିଛି । ତେବେ ଉଭୟ ନାବାଳକ ହୋଇଥିବା ବେଳେ ଉଭୟ ଅଧିକାଂଶ ଦିନ ନାଳ ନିକଟରେ ବସି ଗୁଳିଖଟି କରିଥାନ୍ତି । ଆଉ ସେହିଠାରେ ବସିବା ସମୟରେ ହିଁ କଲେଜ ଛାତ୍ରୀଙ୍କ ଗତିବିଧି ଉପରେ ନଜର ରଖି ଆସୁଥିଲେ । ଆଉ ଗତକାଲି ଛାତ୍ରୀ ଜଣଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ଉଦ୍ୟେଶରେ ଏଭଳି କାଣ୍ଡ କରିଥିବା ଜଣା ପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ନା ନାହିଁ ତାହା ସ୍ପଷ୍ଟ ହେବ । Advertisement
୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ଅବକାରୀ ବିଭାଗର ଟାର୍ଗେଟରେ ଥିବା ଜଣେ ବ୍ରାଉନସୁଗାର…
ଜମିବିକ୍ରି ବେଳେ ଉତ୍ତରାଧିକାରୀ ପ୍ରମାଣପତ୍ର ଜାଲିଆତି – ୫ଜଣଙ୍କ ନାମରେ ମାମଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗ । ଏ ନେଇ ଆଜି(ଶୁକ୍ରବାର) ଛେଣ୍ଡିପଦା ତହସିଲଦାର ଥାନାରେ ଜଣାଇବା ପରେ ପୁଲିସ…
ମାରଣାସ୍ତ୍ର ଓ ଟଙ୍କା ସହ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଦ୍ୱାରା ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଏକ…