ଆଞ୍ଚଳିକ କାର୍ଗିଲ ବିଜୟ ଦିବସ ପାଳିତ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କଳାକେନ୍ଦ୍ରଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମାରୋହକୁ ଉଦଘାଟନ କରିଥିଲେ । କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନ ମାନଙ୍କ ଅପୂର୍ବ ସାହାସିକତା ଓ ବଳିଦାନ ଅତୁଳନୀୟ । ଆଜିର ଯୁବ ସମାଜ ଏଥିରୁ ବିଶେଷ ଅନୁପ୍ରାଣିଆତ ହେବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଅନୁଗୁଳରେ ଏକ ସହିଦ ସ୍ମାରକୀ ଏବଂ ସହିଦ ବାହାବାନ ନିର୍ମାଣର ଆବଶ୍ୟକତା ଉପରେ ସେ ଆଲୋକପାତ ମଧ୍ୟ କରିଥିଲେ । ସମ୍ମାନିତ ଅତିଥିଭାବେ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ , ବରିଷ୍ଠ ଡାକ୍ତର ଉମେଶ ଦାଶ , ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ , କାର୍ଗିଲ ସହିଦ ମାନସାଙ୍କ ଭାଇ ମନୋଜ ସାହୁ ପ୍ରମୁଖ ଯୋଗଦେଇ ଭାରତର ଅଖଣ୍ଡତା ତଥା ଦେଶ ସୁରକ୍ଷାର ସେବାର ଗୁରୁ ଭୂମିକା ଉଆପରେ ଆଲୋକପାତ କରିଥିଲେ । ସଂଘ ସଭାପତି ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ପରଶୁରାମ ଦାଶ ସଂଘର ଆଭିମୁଖ୍ୟ ଏବଂ ସହିଦ ମାନସଙ୍କ ଜୀବନୀ ଉଲ୍ଲେଖ କରିଥିଲେ । ସମାରୋହରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ରକ୍ତଦାତା ଯୋଗେନ୍ଦ୍ର ବେହେରା , ସାମ୍ବାଦିକ ଦେବା ରଞ୍ଜନ ସାମଲ , ଫର୍ମାସିଷ୍ଟ ବିଭୁତି ଭୂଷଣ ସାହୁ , ଡା. ଉମେଶ ଦାସ , ମେଗାୟୁଥ କ୍ଲବ ଶିମିଳିପଡା , ଉତ୍କଳ କରାଟେ ଅର୍ଗାନାଇଜେସନକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା । ସମାରୋହରେ ଉପସ୍ଥିତ ସହିଦ ମାନସଙ୍କ ମାତା ବାସନତ ମଞ୍ଜରି ସାହୁଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଶ୍ଵରଞ୍ଜନ ପଟ୍ଟନାୟକ ସଂଯୋଜନା କରିଥିଲେ । Advertisement
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…
କରୋନା ଶୁଙ୍ଖଳ ଭାଙ୍ଗିବାକୁ ଆଗକୁ ଆସିଲା ବ୍ୟବସାୟୀ ସଂଘ – ଅପରାହ୍ନରେ ରହିବ ବଜାର ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ତଥା ସହରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ…
ପାଣି ଘେରରେ ଲୋକ ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର…