ଅପରାଧ ପାରିବାରିକ କଳହ ଯୋଗୁଁ ନିଜକୁ ଲଗାଇ ଦେଲେ ନିଆଁ Angul OnlineJuly 28, 2021July 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଶାକସିହାଁ ଗାଁରେ ଆଜି ପାରିବାରିକ କଳହରୁ ଆଜି ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଁର ତପସ୍ଵିନୀ ବେହେରା ନାମକ ଜଣେ ମହିଳା ପାରିବାରିବା କଳହରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ମହିଳାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ବିପୁଳ ପରିମାଣର ମଦ ଜବତ – ଆଠ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୧ ଲିଟର ମହୁଲି ମଦ ଏବଂ ୩୦୦…
ଏପିକେ ଫାଇଲ ପଠାଇ ବ୍ୟାଙ୍କରୁ ଋଣ କରି ଏବଂ ଫିକ୍ସ ଡିପୋଜିଟରୁ ଟଙ୍କା ନେଇଗଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନେତୃତ୍ୱରେ ଅନୁଗୁଳ ପୁଲିସ ଅନେକ ପ୍ରକାର ସାଇବର ସଚେତନତା କରାଉଛନ୍ତି । ହେଲେ ମଧ୍ୟ ଲୋକ…
ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ…