ମୁଖ୍ୟ ଖବର ଦୁର୍ଗାମଣ୍ଡପକୁ ସିଲ କଲା ପ୍ରଶାସନ Angul OnlineJuly 30, 2021July 31, 2021 ଅନୁଗୁଳ – ଅନୁଗୁଳ ସହରର ଅମଲାପଡାସ୍ଥିତ ସର୍ବ ପୁରାତନ ଦୁର୍ଗା ମଣ୍ଡପକୁ ନିଜ ଅକ୍ତିଆରକୁ ନେଇଛି ପୌର ପ୍ରଶାସନ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ ବ୍ୟାପକ ପୋଲିସ ଫୋର୍ସ ସହାୟତାରେ ଆଜି ମଣ୍ଡପ ପରିସରରେ ଥିବା ତିନୋଟି ବିବାହ ମଣ୍ଡପ ସମେତ ମୁଖ୍ୟ ଫାଟକକୁ ସିଲ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ସହରର ଥିବା ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ଅମଲାପଡାର ଦୂର୍ଗା ମଣ୍ଡପ ବେଶ ପ୍ରସିଦ୍ଧ । ଦୂର୍ଗା ପୂଜା ସମୟରେ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏହି ମଣ୍ଡପରେ ମା‘ଙ୍କ ପୂଜା କରିଥାନ୍ତି । କେବଳ ପୂଜା କାହିଁକି , ମଣ୍ଡପକୁ ଲାଗି ରହିଥିବା ପଡିଆ ଉପରେ ମଧ୍ୟ ସ୍ଥାନୀୟ ଲୋକ ନିର୍ଭର କରୁଥିଲେ । ବିବାହ , ବ୍ରତଠାରୁ ଆରମ୍ଭ କରି ଅମଲାପଡାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ କରା ଯାଉଥିଲା । ତେବେ ଏହି ଦୁର୍ଗା ପଡିଆରେ କିଛି ବର୍ଷ ହେଲା ବେହେରା ଟେଣ୍ଟ ହାଉସ ନାମକ ଏକ ସଂସ୍ଥା ଦୁଇଟି ବଡ଼ ବଡ଼ ବିବାହ ମଣ୍ଡପ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରି ଆସୁଥିଲେ । ତାଙ୍କୁ ପୂଜା ମଣ୍ଡପ ପକ୍ଷରୁ ଅନୁମତି ଦିଆ ଯାଇଛି ବୋଲି ସେ କହି ଆସୁଥିଲେ । ତେବେ ଏହି ମଣ୍ଡପରେ ପୌରପାଳିକା ଟଙ୍କାରେ ଏକ କଲ୍ୟାଣ ମଣ୍ଡପ ହୋଇଥିବା ବେଳେ ସାଂସଦ ପାଣ୍ଠିରୁ ଏକ ମଣ୍ଡପ ତିଆରି ହୋଇଛି । ସରକାରୀ ଟଙ୍କାରେ ଏବଂ ସରକାରୀ ଜାଗାକୁ ବ୍ୟବସାୟୀକରଣ କରା ଯାଉଥିବା ଯୋଗୁଁ ଏହି ଜାଗାକୁ ଆଜି ସିଲ କରାଯାଇ ପୌର ପ୍ରଶାସନ ନିଜ ହାତକୁ ନେଇଛି ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି । ପୌରପାଳିକାର ଏହି ସମ୍ପତ୍ତି ହେଇଥିବାରୁ ତାକୁ ପୌରପାଳିକା ତା ହାତକୁ ନେଇଛି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ବେହେରା ଟେଣ୍ଟ ହାଉସ ମାଲିକ କହିଛନ୍ତି ଯେ ସେମାନେ କୌଣସି ପ୍ରକାର ଜବରଦଖଲ କରିନଥିଲେ । ତାଙ୍କୁ ପୂଜା କମିଟିର କିଛି କର୍ମକର୍ତ୍ତା ଏଠାରେ ଜାଗା ଦେଇଥିଲେ । ବଦଳରେ ଦଶହରା ସମୟରେ ସମସ୍ତ ପ୍ରକାର ସହାୟତା ଦେବାକୁ ମଧ୍ୟ କହିଥିଲେ । କିନ୍ତୁ ଗତକାଲି ପ୍ରଶାସନ ନୋଟିସ ପଠାଇ ଆଜି ଏହାକୁ ସିଲ କରିଛି । ଏହି ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା । Advertisement
ବସ ଧକ୍କାରେ ଯୁବକ ମୃତ – ବସ ଯାତ୍ରୀଙ୍କୁ ପ୍ରବଳ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ ଅନୁଗୁଳ – ଅନୁଗୁଳ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଆଜି(ରବିବାର) ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…
ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଅନୁଗୋଳ – ଅନୁଗୋଳ ସହରର ବଜାରରେ ବିଭିନ୍ନ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର…
ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ ।…