ଅନଲାଇନ ଏକ୍ସକ୍ଲୁସିଭ ଖବର ପରେ ଚେତିଲା ପ୍ରଶାସନ – ବେକରି ଫ୍ୟାକ୍ଟେରିରେ ଚଢାଉ କରି ତାରିଖ ଲେଖିବାକୁ କଲା ତାଗିଦ Angul OnlineJuly 30, 2021July 30, 2021 ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ବେକରି ଫ୍ୟାକ୍ଟେରି ଗୁଡିକରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଗତକାଲି ଅନୁଗୁଳ ଅନଲାଇନରେ “ବ୍ରେଡ୍ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ” ଶୀର୍ଷକରେ ଖବର ପ୍ରସାରଣ ପରେ ଆଜି ପ୍ରଶାସନ ଚେତିଛି । ସହରରେ ଥିବା ବିଭିନ୍ନ ବେକରି ଫ୍ୟାକ୍ଟେରିରେ ଚଢାଉ କରି ଯାଞ୍ଚ କରିବା ସହ ତିଆରି ତାରିଖ ଓ ଏକ୍ସପାୟରି ତାରିଖ ଲେଖିବାକୁ ଚେତାବନୀ ଦେଇଛି । ଆଜି ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହନୀ , ଟେଷ୍ଟି , ଅରୁଣ , ଲେମ୍ବୁଆ , ସାବେରୀ ଆଦି କମ୍ପାନୀର ଫ୍ୟାକ୍ଟେରିରେ ଚଢାଉ କରା ଯାଇଥିଲା । ଏସବୁ ଫ୍ୟାକ୍ଟେରିକୁ ଜନସ୍ୱାସ୍ଥ୍ୟ ବିଭାଗ ପ୍ୟାକେଟ ଉପରେ ତାରିଖ ଲେଖିବାକୁ କଡା ତାଗିଦ କରିବା ସହ ସମୁଦାୟ ୯ ହଜାର ଟଙ୍କା ଜୋରିମାନା କରିତ୍ଛି । ଆଜିର ଏହି ଚଢ଼ାଉ ବେଳେ ସବୁ ଫ୍ୟାକ୍ଟେରିରେ ଅନେକ ବ୍ୟତିକ୍ରମ ଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଅସ୍ଵାସ୍ଥ୍ୟକର ପରିବେଶରେ ପାଉଁରୁଟି ତିଆରି ହେଉଛି । ଆଉ କେତେକ ବିନା ଲାଇସେନ୍ସରେ ଫ୍ୟାକ୍ଟେରି ଚଲାଇଥିବା ନଜରକୁ ଆସିଛି । ଏକ ସପ୍ତାହ ଭିତରେ ଏ ସବୁ ସ୍ଥିତି ନ ସୁଧାରିଲେ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବା ସହ ସିଲ କରାଯିବ ବୋଲି ଜନସ୍ୱାସ୍ଥ୍ୟ ଆଦିକାରୀ ଧନଞ୍ଜୟ ବେହେରା କହିଛନ୍ତି । ଆଜିର ଏହି ଚଢାଉ ବେଳେ ଏଫ୍ଏସ୍ଓ ହରପ୍ରିୟା ବେହେରାଙ୍କ ସମେତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ସତ୍ୟ ରଞ୍ଜନ ଚାନ୍ଦ, କୁନ୍ଦନ କୁମାର, ନୀଳାମ୍ବର ପ୍ରଧାନଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। Advertisement
ରାସ୍ତା ଗିଳୁଛି ମୁଣ୍ଡ – ବର୍ଷେ ଭିତରେ ୨୫% ଦୁର୍ଘଟଣା ବୃଦ୍ଧି ଅନୁଗୁଳ – ବେପରୁଆ ଗାଡ଼ି ଚାଳନା ଏବଂ ସୁରକ୍ଷାକୁ ଅଣଦେଖା ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତି ବର୍ଷ ଦୁର୍ଘଟଣାରେ ପ୍ରାଣ ହରାଉଥିବା…
ସୌନ୍ଦର୍ଯ୍ୟ ବଦଳରେ କଦର୍ଯ୍ୟ – ଯାଯାବର ଗଢିଲେଣି ସ୍ଥାୟୀ ବସ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାକୁ ନୂଆଁ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆସିବା ପରେ ଅନୁଗୁଳବାସୀ ଅନୁଗୁଳ ସହରର ଚିତ୍ର ବଦଳିବା ବୋଲି ଆଶା କରିଥିଲେ…
ପ୍ଲାଷ୍ଟିକ ମୁକ୍ତ ଲକ୍ଷ୍ୟରେ ସାଥି – ତିଆରି କରୁଛନ୍ତି ଇକୋ ଇଟା ଅନୁଗୁଳ – ସାରା ବିଶ୍ବରେ ପ୍ରଦୂଷଣ ଏବେ ବଡ ସମସ୍ୟା ଭାବେ ଛିଡା ହୋଇଛି । କେଉଁଠି ବାୟୁ ପ୍ରଦୂଷଣ ତ ଆଉ କେଉଁଠି ଜଳ ପ୍ରଦୂଷଣ…