ଅପରାଧ ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର Angul OnlineSeptember 1, 2021September 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ ରଖି କାମ କରାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିବା ବେଳେ ଚଢ଼ାଉରେ ଅନୁଗୁଳ ଶ୍ରମ ବିଭାଗର ଅଧିକାରୀ ଓ ପୋଲିସ ସାମିଲ ଥିଲେ । ଚଢ଼ାଉରେ ଚାରିଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜଣେ ଅଣଓଡ଼ିଆ ଚାହା ଦୋକାନି ଶିଶୁ ଶ୍ରମିକ ମାନଙ୍କ କାର୍ଯ୍ୟରେ ଲଗାଉ ଥିଲା ।ଏନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।ସଂପୃକ୍ତ ଦୋକାନି ଠାରୁ ବିଭାଗ ପକ୍ଷରୁ ଫାଇନ ମଧ୍ୟ ଆଦାୟ କରାଯାଇଛି । Advertisement
ବିପୁଳ ପ୍ରି ଆକ୍ଟିଭେଟେଡ଼ ସିମ କାର୍ଡ଼ ଜବତ – ଦୁଇ ଜଣ ଗିରଫ – ସାଇବର ଠକଙ୍କୁ ବିକ୍ରି କରୁଥିଲେ ସିମ ଅନୁଗୁଳ – ପ୍ରି ଆକ୍ଟିଭେଟେଡ଼ ସିମ ବିକ୍ରି କରୁଥିବା ସୂଚନା ପାଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୁଲିସ ଆଜି ବଇଣ୍ଡା ଛକରେ ଥିବା ଏକ ଇଲକ୍ଟ୍ରୋନିକସ…
ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ…
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…