ଅପରାଧ ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର Angul OnlineSeptember 1, 2021September 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ ରଖି କାମ କରାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିବା ବେଳେ ଚଢ଼ାଉରେ ଅନୁଗୁଳ ଶ୍ରମ ବିଭାଗର ଅଧିକାରୀ ଓ ପୋଲିସ ସାମିଲ ଥିଲେ । ଚଢ଼ାଉରେ ଚାରିଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜଣେ ଅଣଓଡ଼ିଆ ଚାହା ଦୋକାନି ଶିଶୁ ଶ୍ରମିକ ମାନଙ୍କ କାର୍ଯ୍ୟରେ ଲଗାଉ ଥିଲା ।ଏନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।ସଂପୃକ୍ତ ଦୋକାନି ଠାରୁ ବିଭାଗ ପକ୍ଷରୁ ଫାଇନ ମଧ୍ୟ ଆଦାୟ କରାଯାଇଛି । Advertisement
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…
ପ୍ରେମ ପାଇଁ ଅପହରଣ ପରେ ହତ୍ଯା – ଜଣେ ଗିରଫ , ତିନି ଫେରାର ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି…
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…