ଅପରାଧ ଭୁଜାଲିରେ ଆକ୍ରମଣ କରି ଫେରିବାଲାଠାରୁ ଲୁଟ Angul OnlineSeptember 6, 2021September 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ଜଣେ ଫେରିବାଲାକୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଲୁଟ କରିଥିବା ଜଣାପଡିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଫେରିବାଲା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ୱେଷ୍ଟବେଙ୍ଗଲ ପୂର୍ବ ମେଦିନପୁର ଥାନା ଭଗବାନପୁର ଗ୍ରାମର ମୋତିଲାଲ ଜେନା ଛେଣ୍ଡିପଦା ଥାନା କୋଶଳାରେ ଦୀର୍ଘ ବର୍ଷ ହେବ ରହି ଗାଁ ଗାଁ ବୁଲି ଚୁଡିଶଙ୍ଖା ଆଦି ବେପାର କରି ପରିବାର ଚଳାଉଥିଲେ । ରବିବାର ସେ ଛେଣ୍ଡିପଦା ଥାନା ପରା ଗାଁରୁ ବେପାର ସାରି କଇଁଛପଦା ଗାଁ ନିକଟରେ ଥିବା ଏକ ଗଛମୂଳରେ ଟିଭିଏସ ମଟର ସାଇକେଲରେ ନେଇଥିବା ସାମଗ୍ରିକୁ ରଖି ଖାଉଥିବା ବେଳେ ହଠାତ ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ମୋତିଲାଲଙ୍କୁ ଭୁଜାଳିରେ ଆକ୍ରମଣ କରି ତାଙ୍କ ଠାରୁ ୧୫୦୦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ଫେରିବାଲା ଗୁରୁତର ଆହତ ହୋଇ ଗଛମୂଳରେ ପଡିରହିଥିଲେ । ସ୍ଥାନୀୟ ଲୋକ ଗୁରୁତର ମୋତିଲାଲଙ୍କୁ ଉଦ୍ଧାର ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ମୋତିଲାଲ ଜେନାଙ୍କ ବାମ ହାତରେ ଗଭୀର କ୍ଷତ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଛେଣ୍ଡିପଦା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ମହିଳାଙ୍କୁ ଠକି ଜଣେ ଗିରଫ ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ କାରାଦଣ୍ଡ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅନୁଗୁଳ ଜିଲ୍ଲା ଖମାର ଥାନା ପରମାନନ୍ଦପୁର ଗାଁର ଜଣ୍ଡକା ଓରଫ ରାମ ପୂର୍ତ୍ତି(୫୭)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି…
୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ସଦର ଅବକାରୀ ବିଭାଗ ନାଲକୋନଗର ଥାନା ଅଞ୍ଚଳରୁ ୮୨ ଗ୍ରାମ ହେରୋଇନ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ…