ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର ଆହତ Angul OnlineSeptember 6, 2021September 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ମହାରଣାସାହିରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇ ଥିବା ବେଳେ ଉଦ୍ଧାର କରିବାକୁ ଯାଇ ଭଉଣୀ ଗୁରୁତର ହୋଇଥିବା ଜଣା ପଡିଛି । ମୃତ ଯୁବକ ଜଣକ ହେଲେ ୨୫ ବର୍ଷୀୟ ଚନ୍ଦ୍ରଶେଖର ମହାରଣା ହୋଇଥିବା ବେଳେ ଆହତ ହୋଇଥିବା ତାଙ୍କ ସାନ ଭଉଣି ଶୁଭ ମହାରଣା । ସୂଚନା ଅନୁସାରେ ବାନା ମହାରଣାଙ୍କ ପୁଅ ଚନ୍ଦ୍ରଶେଖର ମହାରଣା ଦିନ ୧ଟା ବେଳ ଘରେ ଥିବା ବିଦ୍ୟୁତ ଉପକରଣ ଗୁଡିକ ସଜାଡୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ ତାରରେ ଲାଖି ଯାଇଥିଲେ । ଏହା ଦେଖି ତାଙ୍କ ସାନ ଭଉଣୀ ଶୁଭ ମହାରଣା ଭାଇକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିବା ସହିତ ଚିତ୍କାର କରିଥିଲେ । ଶୁଭଙ୍କ ଚିତ୍କାର ଶୁଣି ପଡିଶା ଘର ଲୋକ ବିଦ୍ୟୁତ ତାରକୁ କାଟି ଉଭୟ ଭାଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଚନ୍ଦ୍ରଶେଖରଙ୍କୁ ମୃତ ଘୋଷଣା କରିଥିବା ବେଳେ ଭଉଣୀ ଶୁଭ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଲାଇଛି । Advertisement
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ…
ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ – ତଦନ୍ତ ନିର୍ଦେଶ ଦେଲେ ଅଧ୍ୟକ୍ଷ ଅନୁଗୁଳ – ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ । କେବଳ ପ୍ରେମ ନିବେଦନ ଯେ ତା ନୁହେଁ , ଫୋନ୍ରେ ଅନେକ ଆପତ୍ତିଜନକ…
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…