ରାଜନୀତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧି – ସୁରଥ ବିଶ୍ବାଳ Angul OnlineSeptember 8, 2021September 8, 2021 ଅନୁଗୁଳ – ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଓବିସି ବିରୋଧୀ ଏବଂ ଅଢେ଼ଇ କୋଟି ଓବିସି ମାନଙ୍କ ହକ ପାଇଁ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ପ୍ରକାଶ କରିଛନ୍ତି । ଦେଶରେ ସମସ୍ତ ରାଜ୍ୟରେ ଓବିସି ଙ୍କ ପାଇଁ ସବୁ କ୍ଷେତ୍ରରେ ସଂରକ୍ଷଣ ଲାଗୁ ହୋଇଥିଲା ବେଳେ ବିଜୁବାବୁଙ୍କ ଠାରୁ ନବୀନ ବାବୁଙ୍କ ପର୍ଯ୍ୟନ୍ତ ଆଜି ଯାଏ ପଛୁଆବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାର ଦେବାରେ ଏମାନେ ଅସମର୍ଥ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଏହା ଯୋଜନା ବଦ୍ଧ ଷଡ଼ଯନ୍ତ୍ର, ଯେତେବେଳେ କେନ୍ଦ୍ର ଓବିସି କମିଶନ ଓଡ଼ିଶା ଆସିଥିଲେ, ତରବରିଆ ଭାବେ ରାଜ୍ୟ ସରକାର ଯେଉଁ ଓବିସି କମିଶନ ଗଠନ କରିଛନ୍ତି , ଉପଯୁକ୍ତ କ୍ଷମତା ଦେଇ ନଥିବାରୁ ତାହା ଦାନ୍ତ ବିହୀନ କମିଶନ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଓବିସି ଙ୍କୁ ଅଧିକାର ଦେବୁ କହୁଥିଲା ବେଳେ ୫୦ ଭାଗ ଭିତରେ ସଂରକ୍ଷଣ ସୀମିତ ରହିଥିବା କହିଛନ୍ତି,ଯଦି ଏସ ସି, ଏସ ଟି ଙ୍କୁ ୩୮.୭୫ ଭାଗ ତେବେ ଓବିସି ଙ୍କୁ କିଭଳି ୨୭ ଭାଗ ସଂରକ୍ଷଣ ମିଳିବ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରର ମନ୍ତ୍ରୀ ଙ୍କୁ ବଞ୍ଚାଇବା ପାଇଁ ପରୀ କେସ ରେ, ତଥା ବିଶ୍ୱପ୍ରସିଦ୍ଧ ଜଗନ୍ନାଥଙ୍କ ରଥଯାତ୍ରା କୁ ଅଟକାଇବା ପାଇଁ ବଡ଼ ବଡ଼ ନାମିଦାମୀ ଓକିଲ ନିଯୁକ୍ତି କରିଛନ୍ତି କିନ୍ତୁ ଓଡ଼ିଶାର ଅଢେ଼ଇ କୋଟି ଓବିସି ମାନଙ୍କ ପାଇଁ ଓକିଲ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡିରେ ଓବିସି ସଂରକ୍ଷଣ ସମଗ୍ର ଓଡିଶାର ପଛୁଆବର୍ଗଙ୍କ ସଂରକ୍ଷଣ ନୁହେଁ ବୋଲି ସେ କହିଛନ୍ତି । ଓବିସି ଫାଇନାନ୍ସ ଡେଭଲମେଣ୍ଟ କର୍ପୋରେସନ ଗଠିତ ହୋଇଥିଲା ବେଳେ୨୦୦୮ ରୁ ଅଦ୍ୟାବଧି ଜଣେ ବ୍ୟକ୍ତି ମଧ୍ୟ ଏଥିରୁ ଉପକୃତ ହୋଇନାହାନ୍ତି ବୋଲି ସେ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ଓବିସିଙ୍କ ପାଇଁ ୨୭ ଶତକଡା ସବୁ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଥିବା ବେଳେ ଅନ୍ୟ ରାଜ୍ୟରେ ଏହା ସବୁ କ୍ଷେତ୍ରରେ ଲାଗୁ ହୋଇଥିଲା ବେଳେ ଓଡିଶା ସରକାର କାହିଁକି ଲାଗୁ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ୨୭ ଜଣ ଓବିସି ବର୍ଗର ମନ୍ତ୍ରୀ ଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାର ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଛନ୍ତି ,ଶିକ୍ଷା କ୍ଷେତ୍ରରେ ୨୭ ଶତକଡା ଓବିସି ଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରି ଲାଗୁ କରାଇଛନ୍ତି କିନ୍ତୁ ରାଜ୍ୟ ସରକାର ଏଯାଏ ଓବିସି ଙ୍କ ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଆଖି ବନ୍ଦ କରି ଦେଇ ଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଆଗାମୀ ଦିନରେ ଓବିସି ବର୍ଗର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ତଥା ସମସ୍ତ କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ପ୍ରତାପ ଚନ୍ଦ୍ର ପ୍ରଧାନ,ଓବିସିମୋର୍ଚ୍ଚା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଇ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ପତି ଓ ସଂଗ୍ରାମ କେଶରୀ ନାୟକ, ଜିଲ୍ଲା ଓବିସିମୋର୍ଚା ସଭାପତି ସରୋଜ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଉପସ୍ଥିତ ଥିଲେ। Advertisement
ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ – ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି…
ବିଜେପି ନେଲାବେଳେ ଚତୃର୍ଭୁଜ, ଦେଲାବେଳେ ଖାଲି ହାତ ଅନୁଗୁଳ – ଅନୁଗୁଳର ଛେଣ୍ଡିପଦା ଓ ଆଠମଲ୍ଲିକରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା…
ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେଲାଣି । ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନାମାଙ୍କନ ପାତ୍ର…