ଅପରାଧ ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ Angul OnlineSeptember 10, 2021September 10, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀର କିଛି ଲୋକଙ୍କୁ ସେହି ଗାଁରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେବା ସହ ଏକ ମୋଟରସାଇକେଲ ନେଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଯାଜପୁର ପାଣିକୋଇଲି ଗ୍ରାମର ଆଶିଷ କୁମାର ଜେନା ନାମକ ଜଣେ ବ୍ୟକ୍ତି ବଡ଼ଗୁଣ୍ଡରୀ ଗ୍ରାମର ଆଲୋକ କୁମାର ପଟ୍ଟନାୟକଙ୍କ ଦୋକାନରେ ରୋଷେୟା ଭାବେ ଗତ ୧୪ଜୁଲାଇ କାମ କରିବାକୁ ଆସିଥିଲା । କିଛି ଦିନ ପରେ ତାର ସ୍ତ୍ରୀ ଓ ୪ବର୍ଷର ପୁଅକୁ ଧରି ସପରିବାର ମାଲିକ ଆଲୋକଙ୍କ ଘରେ ରହିଲା । ଆଶିଷ ଏଠାରେ କିଛିଦିନ ରହିବା ପରେ ତାର ଏନଟିପିସିର ଜଣେ ଉଚ୍ଚ ପଦସ୍ଥ ଅଧିକାରିନକ ସହ ଭଲ ସମ୍ପର୍କ ଅଛି ବୋଲି ମିଛ ପ୍ରଚାର କରିବା ସହ ମେଣ୍ଟେନାନ୍ସରେ ଚାକିରି ରଖାଇ ଦେବ ବୋଲି କିଛି ଲୋକଙ୍କୁ କହି ବୁଲିଥିଲା । ତାର କଥାରେ ଭାସିଯାଇ ଯାଇଥିଲେ କିଛି ଲୋକ । ଆଉ ଏହି ଏନ୍ଟିପିସି , କଣିହାଁ ପ୍ରକଳ୍ପରେ ମେଣ୍ଟେନାନ୍ସରେ କାମ କରାଇଦେବି କହି ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କ ଠାରୁ ଆଶିଷ , ୬୦ହଜାର ଟଙ୍କା ନେଇଥିଲା । ସେହିଭଳି ସତ୍ୟବାନ ସାହୁଙ୍କ ଠାରୁ ୬୦ ହଜାର , ପଦମନ ସାହୁଙ୍କ ଠାରୁ ୬୦ହଜାର ଟଙ୍କା ଏବଂ ଆଲୋକ ପଟ୍ଟନାୟକଙ୍କ ଠାରୁ ରୋଷେୟା ଆକାରରେ ଆଡଭାନ୍ସ ଆକାରରେ ୪୫ ହଜାର ଟଙ୍କା ନେଇଥିଲା । ଗତ ୬ତାରିଖ ଦିନ ଆଶିଷ, ତାର ଦେହ ଖରାପ ଆଚି ଆଉ ଡାକ୍ତରଖାନା ଜୀବ କହି ଅଚ୍ୟୁତାନନ୍ଦଙ୍କ ମୋଟରସାଇକେଲ (ଓଡି-୧୯-ଡି ୭୨୭୧) ନେଇଯାଇଥିଲା । ତେବେ ସେହିଦିନ ଆଶିଷ ଆଉ ଫେରିନଥିଲେ । ତା ପରଦିନ ଆଶିଷକୁ ଫୋନ୍ କରିବା ପରେ ସେ ଆଉ ଫୋନ୍ ରିସିଭ୍ କରିନଥିଲେ । ପରେ ଆଶିଷ ରହୁଥିବା ଭଡାଘରକୁ ଯାଇ ଦେଖିବାରୁ ଆଶିଷ ସେଠାରୁ ପଳାଇ ଯାଇଥିବା ସନ୍ଦେହ ଅକରିଥିଲେ । ଆଉ ଏଥିପାଇଁ ସେ ଆଉ ଅନ୍ୟମାନେ ଠକେଇର ଶିକାର ହୋଇଥିବା ନେଇ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଶିଷ ସମୁଦାଯ ୨ଲକ୍ଷ ୨୫ ହଜାର ଟଙ୍କା ସମେତ ଏକ ମୋଟରସାଇକେଲ ନେଇ ଯାଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । କଣିହାଁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । Advertisement
କେୱାଇସି ଅପଡେଟ୍ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟ ଅନୁଗୁଳ – ବ୍ୟାଙ୍କ୍ ଖାତାର କେୱାଇସି ଅପଡେଟ୍ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଅନୁଗୁଳ ସହର…
ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ…
ତିନି ଆନ୍ତଃଜିଲ୍ଲା ଡକାୟତ ଗିରଫ – ଜିଲ୍ଲାରେ ୧୯ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା କରିଥିଲେ ଲୁଟ ଛେଣ୍ଡିପଦା-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା l ୭ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଠାବ କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ…