ମୁଖ୍ୟ ଖବର ଅଗ୍ନିକାଣ୍ଡରେ ନବସନ୍ଦା କାର୍ଯ୍ୟାଳୟ ଭସ୍ମୀଭୂତ Angul OnlineSeptember 11, 2021September 11, 2021 ଛେଣ୍ଡିପଦା – ଜଳିଗଲା ନବସନ୍ଦାମାନଙ୍କ କାର୍ଯ୍ୟାଳୟ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ତହସିଲ ଅଫିସ ନିକଟରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ଭୋର ୩ ଟା ସମୟରେ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ସେଠାରେ ଥିବା ୪ ବଖରା ଘରରେ ଜଳି ଯାଇଛି । ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ଅଗ୍ନୀଶମ ବାହିନୀକୁ ଖବର ଦେଇ ଥିଲେ । ଖବର ପାଇ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ନବସନ୍ଦା ଘର ଗୁଡିକ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ କୌଣସି କାଗଜପତ୍ର କିମ୍ବା ଅନ୍ୟକିଛି ନଷ୍ଟ ହୋଇ ନଥିବା ଜଣା ପଡ଼ିଥିବା ବେଳେ ଅଗ୍ନିକାଣ୍ତର କାରଣ ଜଣା ପଡି ନାହିଁ । Advertisement
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ସାରୁଆଳି ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଆଜି ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତ ବୃଦ୍ଧ…
ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ…