ମୁଖ୍ୟ ଖବର କାନ୍ଥ ଭୁଶୁଡି ଦୁଇ ଗୁରୁତର Angul OnlineSeptember 13, 2021September 13, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ କାନ୍ଥ ଭୁଶୁଡି ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଆଠମଲ୍ଲିକ ବ୍ଲକ ବଡ଼ଦୁଧିଆନାଳି ଗାଁର କାମିନୀ ଘିଵାଲା ଘରେ ବସି ଥିବା ସମୟରେ ତାଙ୍କର ମାଟି କାନ୍ଥଭୁଶୁଡି ପଡିଥିଲା । କାମିନୀଙ୍କ ଉପରେ ମାଟି କାନ୍ତ ପଡିଯିବା ଫଳରେ ସେ ଅଚେତ ହେଇ ପଡି ଯାଇଥିଲେ । ପରେ ତାଙ୍କ ସ୍ୱାମୀ ଅଭିମନ୍ୟୁ ଘିବାଲା ତାଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ଆଣି ଥିଲେ । କାମିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ସେହିପରି ଠାକୁରଗଡ଼ ଥାନା ମିଣ୍ଡେଲ ଗ୍ରାମର ଭଜମନ ନାୟକ ତାଙ୍କ ମାଟି ଘରେ ବସି ଅମଳ କରିଥିବା ମୁଗ ବାଛୁ ଥିବା ସମୟରେ ଘରର କାଠ କଡି ଭାଙ୍ଗି ତାଙ୍କ ଉପରେ ପଡିଥିଲା । ତାଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରା ଯାଇ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Advertisement
ଫିଲ୍ମ ଷ୍ଟାଇଲରେ ମୋଟରସାଇକେଲ ଚୋରକୁ କାବୁ କଲା ପୁଲିସ ଛେଣ୍ଡିପଦା – ମୋଟରସାଇକେଲ ଚୋରି କରି ପଳାଉଥିଲା ଚୋର । ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରିଲା ପୁଲିସ । ଏହା ସହ ପୋଖରୀ ଭିତରେ…
ମଙ୍ଗଳା କୋଠି ଉପରକୁ ଟେକା ମାଡ – ଉତ୍ତେଜନା , ଏପଟେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟୁସର ଗ୍ରାମରେ ମଙ୍ଗଳା କୋଠିକୁ ଯାଇ ନିଖୋଜ ପରେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ଘଟଣାର କିଛିଦିନ…
ଆମ୍ବ ଗୋଟାଇବା ହେଲା କାଳ – ବଜ୍ରପାତରେ ନାବାଳକ ସମେତ ଦୁଇ ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ଅଘଟଣ ଘଟିଯାଇଛି l ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ…