ମୁଖ୍ୟ ଖବର କାନ୍ଥ ଭୁଶୁଡି ଦୁଇ ଗୁରୁତର Angul OnlineSeptember 13, 2021September 13, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ କାନ୍ଥ ଭୁଶୁଡି ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଆଠମଲ୍ଲିକ ବ୍ଲକ ବଡ଼ଦୁଧିଆନାଳି ଗାଁର କାମିନୀ ଘିଵାଲା ଘରେ ବସି ଥିବା ସମୟରେ ତାଙ୍କର ମାଟି କାନ୍ଥଭୁଶୁଡି ପଡିଥିଲା । କାମିନୀଙ୍କ ଉପରେ ମାଟି କାନ୍ତ ପଡିଯିବା ଫଳରେ ସେ ଅଚେତ ହେଇ ପଡି ଯାଇଥିଲେ । ପରେ ତାଙ୍କ ସ୍ୱାମୀ ଅଭିମନ୍ୟୁ ଘିବାଲା ତାଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ଆଣି ଥିଲେ । କାମିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ସେହିପରି ଠାକୁରଗଡ଼ ଥାନା ମିଣ୍ଡେଲ ଗ୍ରାମର ଭଜମନ ନାୟକ ତାଙ୍କ ମାଟି ଘରେ ବସି ଅମଳ କରିଥିବା ମୁଗ ବାଛୁ ଥିବା ସମୟରେ ଘରର କାଠ କଡି ଭାଙ୍ଗି ତାଙ୍କ ଉପରେ ପଡିଥିଲା । ତାଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରା ଯାଇ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Advertisement
ମୋଟରସାଇକେଲକୁ ଧକ୍କା ଦେଲା କାର – ଜଣେ ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ କାର ଓ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ…
କୂଅ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ରାଉତାଳ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୋମବାର …
ଦୋକାନ ଘର ଭିତରକୁ ପଶିଗଲା ଟ୍ରକ ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା…