ମୁଖ୍ୟ ଖବର ମଝି ନଦୀରେ ଫସି ରହିଲେ ମହିଳା – ସାହସ ଦେଖାଇଲେ ସ୍ଥାନୀୟ ଯୁବକ Angul OnlineSeptember 14, 2021September 14, 2021 ଅନୁଗୁଳ – ଲଗାଣ ବର୍ଷା ପରେ ବଢି ପାଣି ମଝିରେ ଫସି ରହିଲେ ମହିଳା । ନାଳ ମଝି ପଥର ଉପରେ ଛିଡା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଅଟକି ରହିଲେ । ପ୍ରାୟ ୨ ଘଣ୍ଟା ପରିଶ୍ରମ ପରେ ମହିଳା ଓ ଯୁବକଙ୍କୁ ଦମକଳ ବାହିନୀ ଉଦ୍ଧାର କରିଥିଲା । ଅନୁଗୁଳ ସଦର ହୁଳୁରୁସିଂହା ଦେଇ ବହି ଯାଇଥିବା ଲିଙ୍ଗରା ନାଳକୁ ଗାଁର ବ୍ରାହ୍ମଣୀ ବେହେରା ନାମକ ଜଣେ ମହିଳା ଗାଢେଇବାକୁ ଯାଇଥିଲେ । ତେବେ ସେତିକିବେଳେ ଉପର ମୁଣ୍ଡରେ ଥିବା ଡେରେଜାଙ୍ଗ ପ୍ରୋଜେକ୍ଟର ଗେଟ ଖୋଲି ଦେବାରୁ ନାଳରେ ପାଣି ବଢି ଆସିଥିଲା । ଫଳରେ ମଝି ନାଳରେ ଥିବା ଏକ ବଡ ପଥର ଉପରେ ମହିଳା ଜଣଙ୍କ ଚଢି ଯାଇଥିଲେ । ଜୀବନ ବିକଳରେ ବଞ୍ଚାଇବାକୁ ସାହାଯ୍ୟ ଖୋଜୁଥିବା ବେଳେ ସେହି ଗାଁର ପିଣ୍ଟୁ ମୁଖ୍ୟ ନାମକ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ତାଙ୍କ ପାଖରେ ପହଞ୍ଚିଥିଲେ । ଆଉ ମହିଳା ଜଣଙ୍କୁ ସାହସ ଦେବା ସହ ପଥର ଉପରେ ଧରି ରଖିଥିଲେ । ହେଲେ ସେତେବେଳକୁ ନଦୀର ଶ୍ରୋତ ଏତେ ଜୋର ଥିଲା ଯେ ପିଣ୍ଟୁ ମଧ୍ୟ ଆସି ନପାରି ସେଠାରେ ରହି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭଗ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଡେରେଜାଙ୍ଗ ପ୍ରୋଜେକ୍ଟର ଗେଟ ବନ୍ଦ କରାଯିବା ପରେ ପାଣିର ସ୍ରୋତ ସାମାନ୍ୟ କମିଥିଲା । ଏହାପରେ ଉଦ୍ଧାରକାରୀ ଡଙ୍ଗା ସାହାଯ୍ୟରେ ଅଗ୍ନିଶମ ବିଭାଗ ପଥର ନିକଟରେ ପହଞ୍ଚି ମହିଳା ଓ ଯୁବକଙ୍କୁ ଉଦ୍ଧାର କରିଥିଲେ । ଆଜିର ଏହି ଘଟଣା ସବୁଥି ଚର୍ଚ୍ଚା ହେଉଥିବା ବେଳେ ପିଣ୍ଟୁଙ୍କ ସାହସିକତାକୁ ସମସ୍ତେ ପ୍ରଶଂସା କରୁଛନ୍ତି । Advertisement
ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ…
ନାବଳିକାକୁ ଦୁଷ୍କର୍ମ ମାମଲାରେ ସୁବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ଚର୍ଚ୍ଚିତ ବସଷ୍ଟାଣ୍ଡ ନିକଟରେ ଘଟିଥିବା ନାବାଳିଆ ଦୁଷ୍କର୍ମ ମାମଲାରେ ଶୁଭ୍ରାଂଶୁ ପଟ୍ଟନାୟକ ( ସୁବୁ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…