ମୁଖ୍ୟ ଖବର ପୋଖରୀରେ ବୁଡି ବାପ-ପୁଅ ମୃତ Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଧେଇବାକୁ ଯାଇ ପାଣିରେ ବୁଡି ୪ ବର୍ଷର ପୁଅ ସମେତ ବାପାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର କ୍ଷୀରୋଦ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ପୁଅ ଚନ୍ଦନ ସହ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଗାଧେଇବାକୁ ଯାଇଥିଲେ । ତେବେ ପୋଖରୀରେ ଗାଧେଇବା ବେଳେ ଅସାବଧାନତା ବଶତଃ ପୁଅର ଗୋଡ଼ ଖସି ଯାଇଥିଲା । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପ ମଧ୍ୟ ଗଭୀର ପାଣି ଭିତରକୁ ଚାଲିଯିବା ସହ ଆଉ ଉପରକୁ ଉଠି ପାରି ନଥିଲେ । ଫଳରେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିଲା । ତେବେ ବାପା ପୁଅ ପୋଖରୀରେ ଭାସୁଥିବା ଦେଖି ଗାଁ ଲୋକ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଏଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କଇଁଛବାହାଳ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ଜିଲ୍ଲାରେ ପାଣିରେ ବୁଡି ଯୁବ ଇଞ୍ଜିନିୟର ସମେତ ୨ ନିଖୋଜ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପାଣିରେ ବୁଡି ଦୁଇଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ଡେରେଜାଙ୍ଗ ପ୍ରୋଜେକ୍ଟରେ ନିଖୋଜ ଥିବା ଯୁବକ ଜଣକ ଜଣେ ଇଞ୍ଜିନିୟର…
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…
ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ…