ମୁଖ୍ୟ ଖବର ପୋଖରୀରେ ବୁଡି ବାପ-ପୁଅ ମୃତ Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଧେଇବାକୁ ଯାଇ ପାଣିରେ ବୁଡି ୪ ବର୍ଷର ପୁଅ ସମେତ ବାପାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର କ୍ଷୀରୋଦ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ପୁଅ ଚନ୍ଦନ ସହ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଗାଧେଇବାକୁ ଯାଇଥିଲେ । ତେବେ ପୋଖରୀରେ ଗାଧେଇବା ବେଳେ ଅସାବଧାନତା ବଶତଃ ପୁଅର ଗୋଡ଼ ଖସି ଯାଇଥିଲା । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପ ମଧ୍ୟ ଗଭୀର ପାଣି ଭିତରକୁ ଚାଲିଯିବା ସହ ଆଉ ଉପରକୁ ଉଠି ପାରି ନଥିଲେ । ଫଳରେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିଲା । ତେବେ ବାପା ପୁଅ ପୋଖରୀରେ ଭାସୁଥିବା ଦେଖି ଗାଁ ଲୋକ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଏଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କଇଁଛବାହାଳ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଅନୁଗୁଳ – ୨୦୨୦ ମସିହାରେ ଜଣେ ନାବାଳିକାକୁ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ…
ବଜ୍ରପାତରେ ଜଣେ ଏବଂ ଗଛରୁ ପଡି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ…
ବଢିଲେ କୁମ୍ଭୀର , କମିଲେ ପକ୍ଷୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ…