ମୁଖ୍ୟ ଖବର ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧା ମୃତ୍ୟୁ Angul OnlineOctober 1, 2021October 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଚଉରିଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିକୁ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସୁଚନା ଅନୁସାରେ ଚଉରିଡିହ ଗ୍ରାମର ସ୍ଵର୍ଗତ ଡୁନୁଧର ସାହୁଙ୍କ ସ୍ତ୍ରୀ ୬୮ ବର୍ଷୀୟ କୁନ୍ଦ ସାହୁ ଆଜି ସକାଳ ପ୍ରାୟ ୭ଟା ସମୟରେ ବିଲକୁ ଯାଉଥିଲେ । ତେବେ ସେ ଯିବା ବାଟରେ ଗାଁକୁ ଯାଇଥିବା ଏକ ଏଲ୍ ଟି ବିଦ୍ୟୁତ୍ ତାରଟି ବିଲରେ ଛିଣ୍ଡି ପଡିଥିଲା । ସେ ତାର ଦେଖି ପାରି ନଥିବା ବେଳେ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି ଯାଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ବଅଁରପାଳ ଥାନା ଅଧିକାରୀ ଏସ୍ ଆଇ ବିଚିତ୍ରାନନ୍ଦ ଲେଙ୍କା ଓ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ । ଏହା ସହ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବାବଦରେ ଆଲୋଚନା କରିଥିଲେ। ପରେ ଆଲୋଚନାରେ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାରଙ୍କ ନିୟମ ଅନୁଯାଇ ଚାରି ଲକ୍ଷ ମିଳିବାର ପ୍ରତିଶ୍ରୁତି ଦେବା ସହ ଶୁଦ୍ଧିକ୍ରିୟା ନିମନ୍ତେ ଚାଳିଶ ହାଜର ଟଙ୍କା, ରେଡକ୍ରସରୁ ଦଶ ହଜାର ଟଙ୍କା ଓ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ବିଦ୍ୟୁତ୍ ଠିକାସଂସ୍ଥାରେ ଏକ ନିଯୁକ୍ତି ପ୍ରଦାନ କରାଯିବ ବୋଲି କହିବା ପରେ ମୃତ ଶରୀରକୁ ଉଠାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । Advertisement
ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଅନୁଗୋଳ – ଅନୁଗୋଳ ସହରର ବଜାରରେ ବିଭିନ୍ନ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର…
ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ…
ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ – POCSO କୋର୍ଟଙ୍କ କଠୋର ରାୟ ଅନୁଗୋଳ – ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ ସହ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳସ୍ଥିତ ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା…