ମୁଖ୍ୟ ଖବର ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧା ମୃତ୍ୟୁ Angul OnlineOctober 1, 2021October 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଚଉରିଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିକୁ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସୁଚନା ଅନୁସାରେ ଚଉରିଡିହ ଗ୍ରାମର ସ୍ଵର୍ଗତ ଡୁନୁଧର ସାହୁଙ୍କ ସ୍ତ୍ରୀ ୬୮ ବର୍ଷୀୟ କୁନ୍ଦ ସାହୁ ଆଜି ସକାଳ ପ୍ରାୟ ୭ଟା ସମୟରେ ବିଲକୁ ଯାଉଥିଲେ । ତେବେ ସେ ଯିବା ବାଟରେ ଗାଁକୁ ଯାଇଥିବା ଏକ ଏଲ୍ ଟି ବିଦ୍ୟୁତ୍ ତାରଟି ବିଲରେ ଛିଣ୍ଡି ପଡିଥିଲା । ସେ ତାର ଦେଖି ପାରି ନଥିବା ବେଳେ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି ଯାଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ବଅଁରପାଳ ଥାନା ଅଧିକାରୀ ଏସ୍ ଆଇ ବିଚିତ୍ରାନନ୍ଦ ଲେଙ୍କା ଓ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ । ଏହା ସହ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବାବଦରେ ଆଲୋଚନା କରିଥିଲେ। ପରେ ଆଲୋଚନାରେ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାରଙ୍କ ନିୟମ ଅନୁଯାଇ ଚାରି ଲକ୍ଷ ମିଳିବାର ପ୍ରତିଶ୍ରୁତି ଦେବା ସହ ଶୁଦ୍ଧିକ୍ରିୟା ନିମନ୍ତେ ଚାଳିଶ ହାଜର ଟଙ୍କା, ରେଡକ୍ରସରୁ ଦଶ ହଜାର ଟଙ୍କା ଓ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ବିଦ୍ୟୁତ୍ ଠିକାସଂସ୍ଥାରେ ଏକ ନିଯୁକ୍ତି ପ୍ରଦାନ କରାଯିବ ବୋଲି କହିବା ପରେ ମୃତ ଶରୀରକୁ ଉଠାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । Advertisement
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…
ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ…
ଜେଏମଏଫସି କୋର୍ଟ ଓ ତହସିଲକୁ କଣ୍ଟେନମେଣ୍ଟ ଜୋନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଜେଏମଏଫସି କୋର୍ଟ କାର୍ଯ୍ୟାଳୟ ଓ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।…