ମୁଖ୍ୟ ଖବର ବଦଳିଲେ ଥାନା ଅଧିକାରୀ Angul OnlineOctober 6, 2021October 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ୪ ଜଣ ଇନ୍ସିପେକ୍ଟରଙ୍କୁ ଅନ୍ୟ ଥାନାକୁ ବଦଳି ହୋଇଥିବା ବେଳେ ହେଡକ୍ଵାଟରରେ ଥିବା ଜଣେ ଇନସପେକ୍ଟରକୁ ଥାନା ଦାୟିତ୍ଵ ଦିଆ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ବହୁଦିନ ଧରି ଅନୁଗୁଳ ଥାନା ଦାୟିତ୍ବରେ ଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କର ବଦଳି ହୋଇଥିବା ବେଳେ ତାଙ୍କୁ ତାଳଚେର ଥାନାକୁ ବଦଳି କରା ଯାଇଛି । ସେହିଭଳି ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ଅନୁଗୁଳ ଥାନାକୁ ବଦଳି କରା ଯାଇଛି । କଣିହାଁ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକଙ୍କୁ କୋଲିୟାରୀ ଥାନାକୁ ବଦଳି ହୋଇଥିବା ବେଳେ ପାଲଲହଡା ଥାନା ଅଧିକାରୀ କିଶୋର କୁମାର ସାମଲଙ୍କୁ କଣିହାଁ ଥାନା , ଓ ଅନୁଗୁଳ ହେଡକ୍ଵାଟରରେ ଥିବା ପରାଓ ଟୁଡୁଙ୍କୁ ପାଲଲହଡା ଥାନାକୁ ବଦଳି କରାଯାଇଥିବା ଜଣା ପଡିଛି । Advertisement
ଗୁଟଖା ବେପାର ଉପରେ ଚଢାଉ ବଅଁରପାଳ – ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ…
ଫିତା କାଟିବାକୁ ପ୍ରତିଯୋଗୀତା – ବିଧାୟକ ଓ ସାଂସଦ ମୁହାଁ ମୁହିଁ ପାଳଲହଡା – ଅନେକ ଦିନ ଧରି ସାଂସଦ ଓ ବିଧାୟକଙ୍କ ଭିତରେ ଭିତରେ ଲାଗିଥିବା ଛକାପଞ୍ଝା ଏବେ ବିସ୍ଫୋରଣର ରୂପ ନେଇଛି । ଦୁଇ ଲୋକ ପ୍ରତିନିଧ୍ଧି…
ମୋଟରସାଇକେଲ ଉପରେ ଚଢିଗଲା ବସ – ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ଥାନା ମୁଷାପାପୁଲିଠାରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ସହ…