ମୁଖ୍ୟ ଖବର ଗେଷ୍ଟ୍ ହାଉସ ଭିତରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର Angul OnlineOctober 6, 2021October 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ଅର୍ନ୍ତଗତ ସମଲ ବ୍ୟାରେଜ ଓପିସିଏଲ ଗେଷ୍ଟ୍ ହାଉସରୁ ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵର ଜିଲ୍ଲା ଅବଝୁନା ଗ୍ରାମର ସୁଶାନ୍ତ କୁମାର ବଳ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସୁଶାନ୍ତ କୁଲେଇ ଠାରେ ଥିବା ଓପିସିଏଲ ନାମକ ଘରୋଇ ଜଳ ବିଦ୍ୟୁତ କେନ୍ଦ୍ରର ସମଲ ବ୍ୟାରେଜ ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଗେଷ୍ଟ ହାଉସରେ ରୋଷେୟା ଭାବରେ କାର୍ଯ୍ୟରତ ଥିଲେ । ଆଜି ଗେଷ୍ଟ ହାଉସ ଭିତରେ ତାଙ୍କ ମୃତଦେହ ପଡିଥିବା ଖବର ଜଣା ପଡିଥିଲା । ଖବର ପାଇ ପୁଲିସ ଓ ଓପିସିଏଲ କର୍ତ୍ତୃପକ୍ଷ ପରିବାରଙ୍କ ଉପସ୍ଥିତିରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ତେବେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ , ସୁଶାନ୍ତଙ୍କ ଦେହ ଖରାପ ଥିବା ବେଳେ କୌଣସି କର୍ମଚାରୀ ତାଙ୍କୁ ମେଡିକାଲକୁ ନେଇ ନଥିଲେ । ତେଣୁ ଆଜି ତାଙ୍କ ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । Advertisement
ଦୁର୍ବୃତ୍ତଙ୍କ ଆତଙ୍କରାଜ – ସଂଖ୍ୟାଧିକ ଗାଡିର କାଚ ସହ ଅଫିସ ଭଙ୍ଗାରୁଜା ତାଳଚେର – ହାତରେ ମାରଣାସ୍ତ୍ର ଧରି ଧସେଇ ପଶିଲେ । ଗାଡି ସମେତ ଅଫିସ ଭିତରେ ପଶି ଆସବାଵ ପତ୍ର ଭାଙ୍ଗିଲେ । ଆଉ ଯାହାକୁ ଦେଖିଲେ…
ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଗୁଳ – ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ…
ବଡ ଅଘଟଣରୁ ଟଳିଲା ଇଣ୍ଟରସିଟି – ବ୍ରେକରୁ ଲାଗିଲା ନିଆଁ ଅନୁଗୁଳ – ରାଉରକେଲା ଇଣ୍ଟରସିଟି ଟ୍ରେନରେ ଆଜି ନିଆଁ ଲାଗି ଯାଇଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ସ୍ଥାନିୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ…