ସମସ୍ୟା ବସଷ୍ଟାଣ୍ଡରେ ଟଳି ପଡିଲା ପୁରୁଣା ଗଛ – ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡଠାରେ ଆଜି (ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୯ ଟା ସମୟରେ ଥିବା ଏକ ପ୍ରାୟ ଏକ ଶହ ବର୍ଷ ବିରାଟ ଅଶ୍ୱସ୍ଥ ଗଛ ଉପୁଡ଼ି ପଡିବା ଫଳରେ ସେଠାରେ ଥିବା ଉଠା ଦୋକାନୀ ଓ ପଥଚାରୀ ଅଳ୍ପକେ ବର୍ତିଯାଇଛନ୍ତି । ତେବେ ଆଠ ମୋଟରସାଇକେଲ ଓ କିଛି ଉଠା ଦୋକାନୀଙ୍କ ଦୋକାନ ସାମଗ୍ରୀ ଚାପି ହୋଇ ନଷ୍ଟ ହୋଇ ଯାଇଛି । ଗଛ ଉପୁଡିବା ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଗଛକୁ କାଟି ହଟାଇବାକୁ ଚେଷ୍ଟା କରିଥିଲେ । ତେବେ ପବନ ବହୁ ନଥିବା ବେଳେ ଏତେ ବଡ଼ କିଭଳି ହଠାତ ଭାଙ୍ଗି ଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଛଟି ବହୁ ପୁରୁଣା ହୋଇଥିବା ବେଳେ ମୂଳ ନଷ୍ଟ ହୋଇ ଯାଇଥିବା ଯୋଗୁଁ ଭାଙ୍ଗି ଯାଇଥିବା ସନ୍ଦେହ କରା ଯାଉଛି । ତେବେ ସେ ଯାହା ହେଉ ନା କାହିଁକି ସେହି ସମୟରେ ସେଠାରେ ଅନେକ ଲୋକଙ୍କ ଯିବାଆସିବା ଥିବା ବେଳେ କୌଣସି ଜୀବନହାନୀ ହୋଇ ନଥିବା ଯୋଗୁଁ ଏକ ବଡ଼ ଅଘଟଣରୁ ରକ୍ଷା ମିଳି ଯାଇଛି । Advertisement
ପାଠ ପଢାଉ ନାହାଁନ୍ତି ଶିକ୍ଷକ – ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ହିଂସ୍ରିଡା ପ୍ରାଥମିକ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ସୁଚନା ଅନୁସାରେ…
ରାସ୍ତା ନଥିବାରୁ ଶଗଡରେ ଗଲେ ରୋଗୀ ଅନୁଗୋଳ – ସରକାର ବିକାଶର ଡିଡିମ୍ବ ପିଟୁଥିବା ବେଳେ ଆଜି ବି ଶିଳ୍ପ ଶମୃଦ୍ଧ ଅନୁଗୋଳ ଜିଲ୍ଲାର ଅନେକ ଜାଗା ଅଛି ଯେଉଁଠିକୁ ଭଲ ରାସ୍ତାଟିଏ ନାହିଁ…
ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ…