ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଜଣେ ମୃତ Angul OnlineOctober 25, 2021October 25, 2021 ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୁକୁରପେଟା ଧୁବାମଳିହା ଜଙ୍ଗଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସାଇକଲ ଆରୋହିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୁକୁରପେଟା ଗ୍ରାମର ବିଦ ପ୍ରଧାନ । ସେ ଆଜି ଅପରାହ୍ନ ୩ ଟା ସମୟରେ ନିଜଘର କୁକୁରପେଟାରୁ ଏକ ସାଇକେଲରେ ୨୦ ମାଇଲ ଛକକୁ ଆସୁଥିବା ବେଳେ ପଛରୁ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଫଳରେ ବିଦ ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା । ପରିବାର ଲୋକେ ପହଞ୍ଚି ବିଦଙ୍କ ମୃ୍ତ୍ୟୁ ହୋଇଥିବା ଦେଖି ଛେଣ୍ତିପଦା ପୁଲିସକୁ ସୂଚନା ଦେଇଥିଲେ । ଛେଣ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଲ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଅଞ୍ଚଳରେ ଆଜି ଅପରାହ୍ନରେ କାଳବାଇଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିବା ବେଳେ ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଛି…
ବାଲକୋନୀରୁ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର…
ଜିଲ୍ଲା ପୁଲିସରେ ପୁଣି ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ପୁଣି ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି…