ମୁଖ୍ୟ ଖବର ଖୁବ ଶୀଘ୍ର ଦୂର ହେବ କୋଇଲା ସଙ୍କଟ – କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ Angul OnlineOctober 28, 2021October 28, 2021 ତାଳଚେର – ସାରା ଦେଶରେ ଏବେ କୋଇଲା ସଙ୍କଟ ଦେଖା ଦେଲାଣି । ଆଉ ଏହାର ପରିସ୍ଥିତି ସୁଧାରିବା ପାଇଁ କୋଇଲା ଉତ୍ପାଦନ ଓ ପରିବହନର ଉନ୍ନତି ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଅନୁଗୁଳ ଜିଲ୍ଲା , ତାଳଚେର ଆସି ଖଣି ପରିଦର୍ଶନ କରି ପରିସ୍ଥିତି ସୁଧାରିବା ଦିଗରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କୋଇଲା କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କୋଇଲା ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ । MCL ର ହିଙ୍ଗୁଳା କୋଇଲା ଖଣି ଅଞ୍ଚଳ ବୁଲି ଦେଖିବା ସହ ସେଠାରୁ କିଭଳି ଅଧିକ ଉତ୍ପାଦନ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ବର୍ତ୍ତମାନ ହିଙ୍ଗୁଳା କୋଇଲା ଖଣିରୁ ଦୈନିକ ୧୩ ରୁ ୧୪ ର୍ୟାକ୍ ଉତ୍ପାଦନ ହେଉଥିବା ବେଳେ ଏହାକୁ ୨୩ ର୍ୟାକ୍ କୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ କିଭଳି ପରିବହନ ଅଧିକ ହୋଇ ପାରିବ ସେଥିପାଇଁ ରେଳ ବିଭାଗ ସହ ମଧ୍ୟ ଆଲୋଚନା କରାଯାଇଛି । ଦେଶର ଘରୋଇ କ୍ଷେତ୍ରରେ ବିଜୁଳି ଚାହିଦା ବଢି ଯାଇଥିବାରୁ ଥର୍ମାଲ ପ୍ଲାଣ୍ଟ ଗୁଡିକରେ କୋଇଲା ସଙ୍କଟ ଦେଖା ଦେଇଥିଲା । ଯେଉଁଥିରେ ସୁଧାର ଆସିଥିବା ଏହି ଗସ୍ତ ସମୟରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିଭଳି ରେଲୱେ ସହ ମିଶି କିଭଲି ଥର୍ମାଲ କୋଇଲା ପରିବହନ ଅଧିକ କରିହେବ ସେ ନେଇ ଆଲଚନା କରାଯାଇଛି । ଦେଶରେ ଯେଉଁ ଥର୍ମାଲ କୋଇଲାର ସଙ୍କଟ ଦେଖା ଦେଇଥିଲା ସେଥିରେ ଉନ୍ନତି ଆସିବା ଆରମ୍ଭ କରିଛି । ଏବେ ୫ ଦିନ ପାଇଁ କୋଇଲା ରହିଥିବା ବେଳେ ଉତ୍ପାଦନ ଓ ପରିବହନ ସୁଧାର ଆସିବା ଯୋଗୁଁ ଆଗମୀ ଦିନରେ ସଙ୍କଟ ଟଳିବ । ସେହିପରି ପରିବହନ ମଧ୍ୟ ଦୈନିକ ୨.୨ ମିଲିୟନ ଟନକୁ ବୃଦ୍ଧି ପାଇଛି । ତେଣୁ କୋଇଲା ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ଏହି ଦୁଇ ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ସମସ୍ୟା ନେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ସେମାନଙ୍କ ସହ ଆଲୋଚନା କରିଛନ୍ତି । Advertisement
ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୁଲିସ ଥାନା । ମଙ୍ଗଳବାର ଏନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା…
କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ…
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…