ଅପରାଧ ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ Angul OnlineNovember 2, 2021November 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ପିସ୍ତଲ ଦେଖାଇ ବିଦ୍ୟୁତ ବିଲ ସଂଗ୍ରହକାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ୮୨ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ତେବେ ଲୁଟର ଶିକାର ହୋଇଥିବା ଅଭିଯୋଗ ଆଣିଥିବା ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବିଦ୍ୟୁତ ବିଲ ଆଦାୟ କରୁଥିବା ଚିତ୍ତ ରଞ୍ଜନ ପାଣି ନାମକ ଜଣେ ଯୁବକ ବାଙ୍କଧରାରୁ ତାଳଚେର ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ସମୟରେ ୨ ଜଣ ଯୁବକ ପଲସର ଗାଡ଼ିରେ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ନିକଟରେ ଥିବା ୮୨ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିବା ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ଆଉ ଏହି ତଦନ୍ତ ବେଳେ ଯୁବକ ଜଣଙ୍କ ମିଛ ଅଭିଯୋଗ କରିଥିବା ପୁଲିସ ଜାଣିବାକୁ ପାଇଛି । ସେ ବିଲ ଅଦାୟ କରିଥିବା ଟଙ୍କା ଖର୍ଚ୍ଚ କରି ଦେଇଥିବା ବେଳେ ନିଜକୁ ଡିପୋଜିଟରୁ ବର୍ତ୍ତେଇବା ପାଇଁ ଏଭଳି କରିଥିବା ପୁଲିସ କହିଛି । Advertisement
ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…
ଗଞ୍ଜେଇ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇ ଚଢ଼ାଉ କରିଥିବା ବେଳେ ୧୧ କେଜିରୁ…
ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି…