ଅପରାଧ ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ Angul OnlineNovember 3, 2021November 3, 2021 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ ବ୍ୟବସାୟ ହୋଇ ଆସୁଥିବା ନେଇ କୋଲୋନୀବାସୀ ଅଭିଯୋଗ କରି ଆସୁଥିବା ବେଳେ ଆଜି ଦୁଇଜଣ ଯୁବକ ଗରାଖ ଆସିଥିବା ସୂଚନା ପୁଲିସକୁ ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି । ସୂଚନା ଅନୁସାରେ ଇନ୍ଦ୍ରହରି ନଗରରେ ଏକ ଭଡା ଘରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ ଚାଲୁଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଥିଲେ । ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଦୁଇ ଯୁବକ ସେହି ଭଡା ଘରକୁ ଯାଇ ନିକଟରେ ଟହଲ ମାରୁଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକକୁ ପଚରା ଉଚରା କରିଥିଲା । ଉଭୟ ଯୁବକ ପୁଲିସ ସମୁଖରେ ଘଟଣା ସ୍ୱୀକାର କରିବା ସହ ଗ୍ରାହକ ଯୋଗାଡ଼ କରୁଥିବା ଦଲାଲର ସୂଚନା ମଧ୍ୟ ଦେଇଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ହେଲେ ଘଟଣା ସ୍ଥଳରେ ଉକ୍ତ ଭଡ଼ା ଘରର ବାହାର ପାଖ ମୁଖ୍ୟ ଫାଟକ ରେ ତାଲା ଝୁଲୁଥିଲା ଏବଂ ସମ୍ମୁଖରେ ଏକ ଅଟୋ ଗାଡି ରହିଥିଲା । ଫଳରେ ପୁଲିସ ଘର ଭିତରକୁ ଯାଇ ପାରି ନଥିଲା କି ଯାଞ୍ଚ କରି ପାରି ନଥିଲା । ଉଭୟ ଯୁବକ ଆସିଥିବା ମୋଟରସାଇକେଲକୁ କିଛି ଦୂରରେ ଏକ ଢାବା ସମ୍ମୁଖରେ ରଖିଥିବା ବେଳେ ପୁଲିସ ବାଇକକୁ ଜବତ କରିଛି । ତେବେ ଏ ସମ୍ପର୍କରେ ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇ ନାହିଁ । Advertisement
ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ…
ନାବାଳକ ହତ୍ଯା ଘଟଣା – ମହିଳାଙ୍କ ସମେତ ୩ ପୁଅ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜିତ ବିଶ୍ବାଳକୁ ହତ୍ଯା ଅଭିଯୋଗରେ ଅନୁଗୋଳ ପୁଲିସ ଜଣେ ମହିଳାଙ୍କ ସମେତ ମୋଟ୍ ୪ ଜଣଙ୍କୁ…
ବ୍ରାଉନସୁଗାର ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ପୋଲିସ ହାବୁଡ଼ରେ ବ୍ରାଉନସୁଗାର ଗ୍ୟାଙ୍ଗ । ୧୮ . ୫ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ । ଗିରଫ…