ଆଞ୍ଚଳିକମୁଖ୍ୟ ଖବର ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ Angul OnlineJanuary 4, 2021January 4, 2021 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ ପରୋକ୍ଷ ଭାବେ ପ୍ରାୟ ୩୦ ହଜାର ଲୋକ ନିର୍ଭର କରନ୍ତି । ତେବେ ବର୍ତ୍ତମାନ କୋଇଲା ମନ୍ତ୍ରାଳୟର ନୂଆଁ ନିୟମ ଯୋଗୁଁ ଏମାନଙ୍କ ଜୀବନଜୀବିକା ସନ୍ଦିହାନରେ । କାରଣ ତାଳଚେର ଖଣି ଅଞ୍ଚଳରୁ ଏବେ ଟ୍ରକ ନୁହେଁ , କେବଳ ଟ୍ରେନ ଯୋଗେ କୋଇଲା ପରିବହନ କରାଯାଉଛି । ପୂର୍ବରୁ ଦୈନିକ ୩ ହଜାର ଟ୍ରକ କୋଇଲା ପରିବହନ କରୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ମାତ୍ର ୧ ହଜାର ଟ୍ରକ କୋଇଲା ପରିବହନ କରି ପାରୁଛି । ଫଳରେ ଟ୍ରକ ମାଲିକ ମାନଙ୍କୁ କ୍ଷତି ସହିବାକୁ ପଡୁଛି । ପୂର୍ବରୁ କୋଇଲା ପରିବହନ ଟ୍ରେନ ଯୋଗେ ୬୦ ପ୍ରତିଶତ ଓ ଟ୍ରକ ଯୋଗେ ୪୦ ପ୍ରତିଶତ କୋଇଲାଖଣିରୁ କୋଇଲା ପରିବହନ ପାଇଁ ନିଷ୍ପତି ହୋଇଥିବା ବେଳେ ବର୍ତମାନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋଭିଡ ଲକଡାଉନ ପରେ କୋଇଲା ପରିବହନ ପାଇଁ ଟ୍ରେନ ଓ ଟ୍ରକରେ ସମାନ ପରିମାଣର ଅଫର ଏମ॰ସି॰ଏଲ॰ ଦେଇଥିବାରୁ ସମସ୍ତ କମ୍ପାନୀମାନେ ଟ୍ରେନ ଯୋଗେ କୋଇଲା ପରିବହନ କରି ନେଉଛନ୍ତି । ଫଳରେ ଟ୍ରକ ଯୋଗେ କୋଇଲା ପରିବହନ ହୋଇପାରୁନାହିଁ । ଏହାକୁ ନେଇ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ଏଥିପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଟ୍ରକ ଯୋଗେ କୋଇଲା ପରିବହନ ପାଇଁ ଦାବି କରା ଯାଇଛି । ଦାବି ପୂରଣ ନହେଲେ ଆସନ୍ତା ୧୧ ତାରିଖଠାରୁ ରେଳ ପଥ ଅବରୋଧ କରି କୋଇଲା ପରିବହନ ସମ୍ପୂର୍ଣ ବନ୍ଦ କରିବା ପାଇଁ ସଙ୍ଘ ଚେତାବନୀ ଦେଇଛି । Advertisement
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…
କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର…
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…
ନିୟମ ଦୃଷ୍ଟିରୁ ଠିକ୍ କରିଛନ୍ତି କାହିଁକି ନା ଟ୍ରକ ରେ କୋଇଲା ପରିବହନ ହେଲେ ରାସ୍ତା ର ଅଵସ୍ଥା ଵହୁତ ଖରାପ ହେବ ୧.କୋଇଲା ଗୁଣ୍ଡ ପଡି ରାସ୍ତା ରେ ଧୂଳି ଉଡିବ ୨.ପାଣିପଡିଲେ ସେ କାଦୁଅ ହେଵ ଏବଂ ଦୁର୍ଘଟଣା ମଧ୍ୟ ହେବ ୩.ଆଜି କାଲି ଟ୍ରକ ଡ୍ରାଇଭର ମାନେ ମଦ୍ୟପାନ କରି ଗାଡି ଚାଳନା କରୁଛନ୍ତି ୪.ମାଲିକ ମାନେ ଗୋଟିଏ ଡ୍ରାଇଭର ରଖୁଛନ୍ତି ପୁଣି ୨୪ ଘଣ୍ଟା ମୋ ମତରେ ଏହା ଟ୍ରେନ ରେ ପରିଵହନ କଲେ ସଵୁ ସ୍ତରରେ ଭଲ ହେବ ଏବଂ ଦୁର୍ଘଟଣା ଶୂନ୍ୟ ହେଵ ଏହା ମୋର ମତ Reply
ନିୟମ ଦୃଷ୍ଟିରୁ ଠିକ୍ କରିଛନ୍ତି କାହିଁକି ନା ଟ୍ରକ ରେ କୋଇଲା ପରିବହନ ହେଲେ ରାସ୍ତା ର ଅଵସ୍ଥା ଵହୁତ ଖରାପ ହେବ
୧.କୋଇଲା ଗୁଣ୍ଡ ପଡି ରାସ୍ତା ରେ ଧୂଳି ଉଡିବ
୨.ପାଣିପଡିଲେ ସେ କାଦୁଅ ହେଵ ଏବଂ ଦୁର୍ଘଟଣା ମଧ୍ୟ ହେବ
୩.ଆଜି କାଲି ଟ୍ରକ ଡ୍ରାଇଭର ମାନେ ମଦ୍ୟପାନ କରି ଗାଡି ଚାଳନା କରୁଛନ୍ତି
୪.ମାଲିକ ମାନେ ଗୋଟିଏ ଡ୍ରାଇଭର ରଖୁଛନ୍ତି ପୁଣି ୨୪ ଘଣ୍ଟା
ମୋ ମତରେ ଏହା ଟ୍ରେନ ରେ ପରିଵହନ କଲେ ସଵୁ ସ୍ତରରେ ଭଲ ହେବ ଏବଂ ଦୁର୍ଘଟଣା ଶୂନ୍ୟ ହେଵ ଏହା ମୋର ମତ