ଅପରାଧ ଗଞ୍ଜେଇ ସହିତ ଟ୍ରାକ୍ଟର ଜବତ ଜଣେ ଗିରଫ Angul OnlineNovember 6, 2021November 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ଓ ଏଏସଆଇ ଅରୁଣ ବେହେରା ନୂଆଗାଁ ଗ୍ରାମ ପଞ୍ଚାୟତର ଭାଲୁବୋଲ ଅଞ୍ଚଳରେ ଗଞ୍ଜେଇ ପ୍ୟାକିଙ୍ଗ କରାଯାଇ ଟ୍ରାକ୍ଟରରେ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲେ । ପୁଲିସ ଭାଲୁବୋଲ ଗ୍ରାମର କାଳିଆ ନାଏକଙ୍କ ଘରେ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଜବତ କରିବା ପରେ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମୋଟରସାଇକେଲକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ କାଳିଆ ନାଏକକୁ ଗିରଫ କରିଛି । ଏ ନେଇ ଛେଣ୍ଡିପଦା ଥାନାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି । ଖବର ଲେଖା ହେବା ଯାଏ ଗଞ୍ଜଇ ଓଜନ ହୋଇପାରି ନଥିବାରୁ ଓଜନ ପରିମାଣ ଜଣାଇ ପଡିନାହିଁ । Advertisement
ଚାକିରି ଲୋଭ ଦେଖାଇ କାର ଭିତରେ ମହିଳାଙ୍କୁ ଅସଦାଚରଣ ଅନୁଗୁଳ – ଚାକିରି ଲୋଭ ଦେଖାଇ କାର୍ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । କାର ଭିତରୁ କୌଶଳ କ୍ରମେ ଖସି ଆସି ଥାନାର ଦ୍ୱାରସ୍ଥ ହେଲେ…
ଚଢା ସୁଧରେ ଟଙ୍କା ଋଣ ଦେଉଥିବା ଅଭିଯୋଗରେ ଦୁଇ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମରେ ଟଙ୍କା ଋଣ ଦେବା ସହ ଚଢା ହାରରେ ସୁଧ ସଂଗ୍ରହ କରୁଥିବା ଅଭିଯୋଗରେ ଦୁଇ…
୯ ଜଣ ଡକାୟତକୁ ଗିରଫ କଲା ପୁଲିସ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କଙ୍କୁରପାଳ ଗ୍ରାମ ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ବିସ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ୯ ଜଣ ଡକାୟତଙ୍କୁ…