Uncategorized ଘର ଭିତରେ ପଶି ଗୁଳିମାଡ – ଲୁଟିନେଲେ ସୁନା ଗହଣା Angul OnlineNovember 16, 2021November 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁରେ ଆଜି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଗୁଳିମାଡ଼ କରି ଲୁଟ କରିବା ପରେ ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁଳି ମାଡରେ ଘରେ ଥିବା ସୁଲୋଚନା ନାମକ ଜଣେ ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୁଚନା ଅନୁସାରେ ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମାର ପଦିଆସାହିର ସୁଲୋଚନା ପ୍ରଧାନଙ୍କ ଘରେ ହଠାତ ୩ ଜଣ ଦୁର୍ବୃତ୍ତ ସନ୍ଧ୍ୟା ପ୍ରାୟ ୮ ତା ସମୟରେ ପଶିଥିଲେ । ସେହି ସମୟରେ ସୁଲୋଚନା ତାଙ୍କ ବୋହୁ ସାଙ୍ଗରେ ଟିଭି ଦେଖୁଥିଲେ । ସୁଲୋଚନାଙ୍କ କହିବା ଅନୁଯାଇ ଏହି ଦୁର୍ବୃତ୍ତ ମାନେ ତାଙ୍କୁ ଗୁଣିଗାରେଡି କରୁଛ ବୋଲି କହି ପାଟି ତୁଣ୍ଡ କରିଥିଲେ । ଏହାପରେ ଗୁଳି ମାଡ଼ କରି ସୁଲୋଚନାଙ୍କ ଘରୁ ବୋହୁରା ଥିବା ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ । ଘର ମାଲିକାଣି ସୁଲୋଚନା ସାହୁଙ୍କ ବାମ କାନ୍ଧରେ ଗୁଳି ବାଜିଥିଲା । ତିନି ଦୁର୍ବୃତ୍ତ ମୋଟରସାଇକେଲରେ ଆସିଥିବା ବେଳେ ଲୁଟକରି ଫେରାର ହୋଇଯାଇଥିବା ଜଣା ପଡିଛି । ସୁଲୋଚନା ସେମାନଙ୍କୁ ଜାଣି ନଥିବା କହିଛନ୍ତି । ଗୁରୁତର ସୁଲୋଚନାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି । ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଏହି ଗୁଳିକାଣ୍ଡ ପଛରେ ଆଉ କିଛି କାରଣ ଅଛି ନା ଲୁଟ ଉଦ୍ୟେଶ କରା ଯାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ମାଛ ଜାଲରେ ପଡିଲା ଅଜଗର ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା…
ରାସ୍ତା ମଝିରେ ଯୁବତୀଙ୍କୁ ମାଡମାରି ନିର୍ଧୁମ ଛେଚା ଖାଇଲା ରୋମିଓ ଅନୁଗୁଳ – ରାସ୍ତା ଘାଟ ଜଗିଲେ , ଆଉ ପରେ ମୋବାଇଲରେ ପ୍ରେମ ନିବେଦନ କରି ଫେଲ ମାରିଲେ । ହେଲେ ଯୁବତୀ ଜଣଙ୍କ ଯୁବକଙ୍କ ପ୍ରେମ…
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…