Uncategorized ଘର ଭିତରେ ପଶି ଗୁଳିମାଡ – ଲୁଟିନେଲେ ସୁନା ଗହଣା Angul OnlineNovember 16, 2021November 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁରେ ଆଜି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଗୁଳିମାଡ଼ କରି ଲୁଟ କରିବା ପରେ ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁଳି ମାଡରେ ଘରେ ଥିବା ସୁଲୋଚନା ନାମକ ଜଣେ ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୁଚନା ଅନୁସାରେ ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମାର ପଦିଆସାହିର ସୁଲୋଚନା ପ୍ରଧାନଙ୍କ ଘରେ ହଠାତ ୩ ଜଣ ଦୁର୍ବୃତ୍ତ ସନ୍ଧ୍ୟା ପ୍ରାୟ ୮ ତା ସମୟରେ ପଶିଥିଲେ । ସେହି ସମୟରେ ସୁଲୋଚନା ତାଙ୍କ ବୋହୁ ସାଙ୍ଗରେ ଟିଭି ଦେଖୁଥିଲେ । ସୁଲୋଚନାଙ୍କ କହିବା ଅନୁଯାଇ ଏହି ଦୁର୍ବୃତ୍ତ ମାନେ ତାଙ୍କୁ ଗୁଣିଗାରେଡି କରୁଛ ବୋଲି କହି ପାଟି ତୁଣ୍ଡ କରିଥିଲେ । ଏହାପରେ ଗୁଳି ମାଡ଼ କରି ସୁଲୋଚନାଙ୍କ ଘରୁ ବୋହୁରା ଥିବା ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ । ଘର ମାଲିକାଣି ସୁଲୋଚନା ସାହୁଙ୍କ ବାମ କାନ୍ଧରେ ଗୁଳି ବାଜିଥିଲା । ତିନି ଦୁର୍ବୃତ୍ତ ମୋଟରସାଇକେଲରେ ଆସିଥିବା ବେଳେ ଲୁଟକରି ଫେରାର ହୋଇଯାଇଥିବା ଜଣା ପଡିଛି । ସୁଲୋଚନା ସେମାନଙ୍କୁ ଜାଣି ନଥିବା କହିଛନ୍ତି । ଗୁରୁତର ସୁଲୋଚନାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି । ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଏହି ଗୁଳିକାଣ୍ଡ ପଛରେ ଆଉ କିଛି କାରଣ ଅଛି ନା ଲୁଟ ଉଦ୍ୟେଶ କରା ଯାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ…
ବାପାଙ୍କ ସମୟରେ ଏଫସିଆଇ , ପୁଅ ସମୟରେ ଟିଟିପିଏସ ବନ୍ଦ – ଉଚିତ ଜବାବ ଦେବ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ କଂଗ୍ରେସ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଯେଉଁଭଳି ରାଜନୈତିକ ଚକ୍ରାନ୍ତ…
ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଅନୁଗୁଳ – ଦଶମ ପରୀକ୍ଷା ରେ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ । ଇଲେକ୍ଟ୍ରୋନିକ୍ସ ଆଣ୍ଡ ହର୍ଡୋୟାର ବିଷୟରେ (OPATIONAL) ପ୍ରଶ୍ନ ପତ୍ରରେ ଭୁଲ ଥିବା ନେଇ ଅଭିଯୋଗ…