ଆଞ୍ଚଳିକ ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ Angul OnlineNovember 22, 2021November 23, 2021 ଅନୁଗୁଳ- ବାଜି ରାଉତ ଛାତ୍ରାବାସର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରାବାସ ପରିସରରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋ ଚିତ୍ର ପ୍ରଦର୍ଶନୀ ସୁପ୍ରସିଦ୍ଧ ହିନ୍ଦୀ ଲେଖିକା ସୁଜାତା ଚୌଧୁରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜୀବନବ୍ୟାପୀ କାର୍ଯ୍ୟ ତଥା ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟର ଅନେକ ଦୁଷ୍ପ୍ରାପ୍ୟ ଫଟୋଚିତ୍ର ସ୍ଥାନ ପାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଯୁବା ସଂଗଠନ ଓ ନବ ମାଳତୀ ସ୍ମୃତି କମିଟି ଆନୁକୁଲ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଯୋଗ୍ୟ ପ୍ରତିଭାଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟଶ୍ଲୋକ ମିଶ୍ର, ସୁଜାତା ପ୍ରୀତିନନ୍ଦା, ଅମ୍ଳାନ ମହାନ୍ତି ସୁନ୍ଦର ମୋହନ ହାଁସଦା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଭୂତି ଭୂଷଣ ମହାନ୍ତିଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଶାନ୍ତି ମନ୍ଦିର ପରିସରରେ ଇଞ୍ଜିନିୟର ଧନେଶ୍ଵର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଲେ ଯେ, ପ୍ରଫେସର ମହାନ୍ତି ଜଣେ ବିଶ୍ୱମାନବ ହୋଇଥିଲେ ବି ଆମ ଓଡ଼ିଶା ପ୍ରତି ତାଙ୍କର କିଛି କମ ନୁହେଁ । ପ୍ରୌଢ଼ ଶିକ୍ଷାର ଅୟମାରମ୍ଭ ସେ ଓଡ଼ିଶାରେ କରିଥିଲେ । ସେହିପରି ଢେଙ୍କାନାଳରେ ଭାରତୀୟ ଜନ ସଂଚାର ସଂସ୍ଥାନ ଆରମ୍ଭ କରି ସାମ୍ବାଦିକତା କ୍ଷେତ୍ରରେ ସେ ଏକ ବିପ୍ଳବ ଆଣିଥିଲେ । ମୁଖ୍ୟବକ୍ତା ଶୈଳଜ ରବି କହିଲେ ଯେ, ନିପଟ ଗାଁର ଗୋଟିଏ ପିଲା ଯେ ପୃଥିବୀର ବିଭିନ୍ନ ଦେଶରେ କାମ କରି ସୁନାମ ଅର୍ଜନ କରିଛନ୍ତି, ତାହା ପ୍ରଫେସର ମହାନ୍ତିଙ୍କ ଆତ୍ମଜୀବନୀ ବଳଦ ଗାଡିରୁ ବୋଇଂ ବିମାନ ପଢ଼ିଲେ ଜଣାପଡ଼ିବ । ଏହି ସଭାରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟୀ ଡା. ବିଶ୍ୱଜିତ୍ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ଛାତ୍ରାବାସର ସମ୍ପାଦକ ଭାବଗ୍ରାହୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଆଜି ଏକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର କରିଛନ୍ତି…
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…
ଜିଲ୍ଲାପାଳଙ୍କ ସହ ଉନ୍ନୟନ କାର୍ଯ୍ୟର ଆଲୋଚନା କଲେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ…