ଆଞ୍ଚଳିକ ମଦମୁକ୍ତ ଓଡିଶା ଘୋଷଣା ଦାବିରେ ପ୍ରଭାତ ଫେରୀ Angul OnlineNovember 21, 2021November 23, 2021 ଅନୁଗୁଳ – ଓଡ଼ିଶା ମଦମୁକ୍ତ ଯୁବ ବାହିନୀ ତରଫରୁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଅନୁଗୁଳ ଜିଲ୍ଲାରେ ମଧ୍ୟ ପାଳନ ହୋଇଛି । ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ଶାସନ କାଳରେ ନିଶା ନିବାରଣ ଆଇନ ଆଣିବା ପାଇଁ ଏକ ବିଲ୍ ଆଣିଥିଲେ ଯାହା ରାଜନୈତିକ ଅବିସନ୍ଧି କାରଣରୁ ପାରିତ ହୋଇନାପାରି ରହିଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଶାସନ ଗାଦିରେ ଯେଉଁ ସରକାର ବି କ୍ଷମତାକୁ ଆସିଲେ ମଧ୍ୟ ଆଜି ଯାଏଁ ନିଶା ନିବାରଣ ଆଇନ ଲାଗୁ କରିବାର ଆନ୍ତରିକତା ଦେଖାଇ ପାରିଲେ ନାହିଁ । ଏଣୁ ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା ଦାବିରେ ନବକୃଷ୍ଣ ଚୌଧୁରଙ୍କ ନାମରେ ଥିବା ଅନୁଗୁଳ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରୁ ଏକା ପ୍ରଭାତ ଫେରି ବା ଶୋଭାଯାତ୍ରା ବାହାରି ନବକୃଷ୍ଣ ଚୌଧୁରୀଙ୍କ କର୍ମ ଭୂମି ବାଜିରାଉତ ଛାତ୍ରବାସ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ କରାଯାଇ ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନଚର୍ଯ୍ୟା ଓ ଶାସନ ଧାରା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯେଉଁଥିରେ ସମାଜସେବୀ କଲ୍ୟାଣ କିଶୋର ମହାନ୍ତି ଅତିଥି ଭାବେ ଯୋଗଦେଇ ପ୍ରଥମେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ସଭାରେ ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନ ଯାପନ ଏବଂ ତାଙ୍କ ଦ୍ବାରା ପ୍ରସ୍ତାବିତ ନିଶା ନିବାରଣ ଆଇନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ପ୍ରଭାତ ଫେରି କାର୍ଯ୍ୟକ୍ରମକୁ ଅନୁଗୁଳ ମଦମୁକ୍ତ ଯୁବ ବାହିନୀର ଆବାହକ ପର୍ଶୁରାମ ଦାଶ ପରିଚାଳନା କରିଥିବା ବେଳେ କିଶୋର ପ୍ରଧାନ, ଚିଣ୍ଟୁ ସାହୁ, ଦୀପକ ସାହୁ, ସ୍ବରୂପ ସିହ୍ନା, ଆଦିତ୍ୟ ପ୍ରସାଦ ମିଶ୍ର, ଦିଗବିଜୟ ସାହୁ,ହିମାଂଶୁ ନାଥ,ଦିବ୍ୟଜ୍ୟୋତି ନାୟକ ଲୁବେନ ସାହୁ ପ୍ରମୁଖ ସହଯୋଗ କରିଥିଲେ । Advertisement
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ଜାତୀୟ ରାଜପଥରେ ଓଲଟିଲା କାର – ଗୋଟିଏ ପରିବାରର ୪ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଭାଗିରଥୀପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା…
ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି? ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ…