ମୁଖ୍ୟ ଖବର ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ Angul OnlineNovember 23, 2021November 23, 2021 ତାଳଚେର – ଝିଅ ଘରୁ ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କର ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର କାଳନ୍ଦୀପ୍ରସାଦ ଗ୍ରାମ ଛକ ନିକଟରେ । ସୂଚନା ଅନୁଯାୟୀ କାମାକ୍ଷାନଗର ଆଳୁତୁମା ଗ୍ରାମର ବିପ୍ରବ ସାହୁ କଣିହାଁ ଅଞ୍ଚଳର ବଜ୍ରକୋଟ ଗାଁରେ ନିଜ ଝିଅ ଘରେ ଅଷ୍ଟମୀ ଭାର ଦେଇ ବାଇକ ଯୋଗେ ଫେରୁଥିବା ସମୟରେ ତାଳଚେର କାଳନ୍ଦୀ ପ୍ରସାଦ ଛକ ନିକଟରେ ଏକ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତିପୂରଣ ଓ ଭାରିଯାନ ଚଳାଚଳରେ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ରାଜପଥକୁ ଅବରୋଧ କରିଥିଲେ । ଫଳରେ ତାଳଚେର ଠାରୁ ପାଲଲହଡ଼ାକୁ ଯାତାୟତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଘଟଣା ସ୍ଥଳରେ ତାଳଚେର ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…
ଦଶ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଯୁବକ ଛେଣ୍ଡିପଦା – ୨୦୧୩ ମସିହାରୁ ନିଖୋଜ ହୋଇଗଲେ ଆଉ ୨୦୨୩ରେ ଘରକୁ ଫେରିଲେ । ୧୦ ବର୍ଷ ପୁର୍ବେ ଅନୁଗୋଳ ଜିଲ୍ଲା ଛେଣ୍ତିପଦାର ନିଖୋଜ ଯୁବକଙ୍କୁ ଉତ୍ତରପ୍ରଦେଶରୁ…
ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ…