ମୁଖ୍ୟ ଖବର ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ Angul OnlineNovember 23, 2021November 23, 2021 ତାଳଚେର – ଝିଅ ଘରୁ ଅଷ୍ଟମୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କର ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର କାଳନ୍ଦୀପ୍ରସାଦ ଗ୍ରାମ ଛକ ନିକଟରେ । ସୂଚନା ଅନୁଯାୟୀ କାମାକ୍ଷାନଗର ଆଳୁତୁମା ଗ୍ରାମର ବିପ୍ରବ ସାହୁ କଣିହାଁ ଅଞ୍ଚଳର ବଜ୍ରକୋଟ ଗାଁରେ ନିଜ ଝିଅ ଘରେ ଅଷ୍ଟମୀ ଭାର ଦେଇ ବାଇକ ଯୋଗେ ଫେରୁଥିବା ସମୟରେ ତାଳଚେର କାଳନ୍ଦୀ ପ୍ରସାଦ ଛକ ନିକଟରେ ଏକ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତିପୂରଣ ଓ ଭାରିଯାନ ଚଳାଚଳରେ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ରାଜପଥକୁ ଅବରୋଧ କରିଥିଲେ । ଫଳରେ ତାଳଚେର ଠାରୁ ପାଲଲହଡ଼ାକୁ ଯାତାୟତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଘଟଣା ସ୍ଥଳରେ ତାଳଚେର ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ବିଧାୟକଙ୍କ କ୍ୟାମ୍ପ ଅଫିସ ଗେଟରେ ବୋମା – ନିଷ୍କ୍ରିୟ କଲା ପୁଲିସ ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ ଅଫିସ ଆଗରେ ଥିବା ଟାଇମ ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟକାରୀ ଦଳ ।…
ଓକିଲ ସଂଘ କର୍ମକର୍ତ୍ତା ନୀର୍ବାଚିତ ଅନୁଗୁଳ – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଗୁଳ ଓକିଲ…
ଫାଶୀ ଦଣ୍ଡାଦେଶ ପାଇଥିବା ଦୁଇଜଣଙ୍କୁ ନିର୍ଦୋଷରେ ଖଲାସ କଲେ ହାଇକୋର୍ଟ କଟକ – ତଳ କୋର୍ଟରେ ଫାଶୀ ଦଣ୍ଡାଦେଶ ପରେ ଏବେ ହାଇକୋର୍ଟଙ୍କ ନିର୍ଦେଶ ପରେ ନିର୍ଦୋଷରେ ଖଲାସ । ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ…