ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ Angul OnlineNovember 24, 2021November 24, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରପଡା-ଛେଣ୍ଡିପଦା ପୁର୍ତ ବିଭାଗ ରାସ୍ତାର ଟେଣ୍ଟୁଲୋଇ ଗ୍ରାମର ଦଣ୍ଡା ବାଙ୍କଠାରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ମୋଟରସାଇକେଲ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ସାଇକେଲ ଚାଳକ ହେଲେ ଭାଲୁପାଳ ଗ୍ରାମର କୁହ୍ଲାସାହିର ୬୦ ବର୍ଷୀୟ ବୃନ୍ଦାବନ ସାହୁ । ସୂଚନା ଅନୁସାରେ ବୃନ୍ଦାବନ ମାଛକୁଟା ଗ୍ରାମରୁ ନିଜ ଗ୍ରାମ ଭାଲୁପାଳକୁ ସାଇକେଲରେ ଘରକୁ ଫେରୁଥିବାବେଳେ ଏକ ଅଜଣା ମୋଟରସାଇକେଲ ସାଇକେଲ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ବୃନ୍ଦାବନ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଯାଇଥିଲେ । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ବୃନ୍ଦାବନଙ୍କୁ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏହି ଦୁର୍ଘଟଣାରେ ବୃନ୍ଦାବନଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର…
ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ ଲାଗୁ ହେଲା କଟକଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ କଟକଣା ଲଗା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…
ସାପ କାମୁଡାରେ ଯୁବକ ମୃତ (ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮…