ମୁଖ୍ୟ ଖବର ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା Angul OnlineDecember 3, 2021December 3, 2021 ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆଜି ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ୨୩ ତାରିଖ ଦିନ ଅନୁଗୁଳ ଓ ତାଳଚେର ଠାରୁ କଟକ ଓ ଭୁବନେଶ୍ୱର ଚଳାଚଳ କରୁଥିବା ବସ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ଏହାଛଡା ୨୩ ତାରିଖ ପରେ ଉକ୍ତ ରାସ୍ତାରେ ଚଳାଚଳ କରୁଥିବା ଘରୋଇ ବସ ଗୁଡିକ କଳା ପତାକା ଲଗାଇ ବସ ଚଳାଚଳ କରିବେ ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି । ବସ ମାଲିକ ସଂଘର କହିବା ଅନୁଯାୟୀ ଏହି ରାସ୍ତାର ଦୀର୍ଘ ଦିନ ହେବ ମରାମତି ହେଉନାହିଁ । ସଙ୍ଘ ଏହି ସମସ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରିଥିଲା । ବୈଠକରେ ଡିସେମ୍ବର ୨୨ ତାରିଖ ସୁଦ୍ଧା ରାସ୍ତା କାମ ସଂପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । ତେବେ ଯେଉଁ ଗତିରେ କାମ ଚାଲିଛି ନିର୍ଦିଷ୍ଟ ସମୟରେ କାମ ସାରିବା ନାହିଁ ବୋଲି ସହଜରେ ଅନୁମାନ କରା ଯାଇ ପାରୁଛି । ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ବସ ଗୁଡିକ ଯାତ୍ରୀଙ୍କୁ ଉଚିତ ସେବା ଯୋଗାଇ ପାରୁନାହାଁନ୍ତି । ବସ ଗୁଡିକର ଯନ୍ତ୍ରାଂଶ ଏବଂ ଟାୟାର ନଷ୍ଟ ହେଉଛି । ଯାହା ଫଳରେ ମାଲିକ ମାନେ ଆର୍ଥିକ କ୍ଷତିରେ ପଡୁଛନ୍ତି । ପ୍ରତି ମାସରେ ବସ ମାଲିକ ରୋଡ଼ ଟାକ୍ସ ଦେବା ପରେବି ଭଲ ରାସ୍ତା ଦେଇପାରୁନାହିଁ । ଏହା ଛଡା ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ରାୟ ସବୁଦିନ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଛି । ଯାହା ଫଳରେ ଏହି ରାସ୍ତା ଦେଇ ବସରେ ଲୋକ ଯିବା ଆସିବା କରିବାକୁ ଭୟଭୀତ ହେଉଛନ୍ତି । ଏହା ସତ୍ବେ ବାରମ୍ବାର ଦାବି ହେବା ପରେ ବି ଏନ ଏଚ କତ୍ତୃପକ୍ଷ କିମ୍ବା ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି । ସଂଘ ଯାତ୍ରୀଙ୍କ ସୁବିଧା ପାଇଁ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇଛି ବୋଲି ସଂଘ ପ୍ରକାଶ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଲୋକନାଥ ପାଣି , ଉପସଭାପତି ଶ୍ରୀକାନ୍ତ ପାଣି , କୋଷାଧ୍ୟକ୍ଷ ଭରତ ଆଚର୍ଯ୍ୟ , ମୁଖ୍ୟ ବକ୍ତା ଅଜୟ ବାରିକ , ଅନୁଗୁଳ ଘରୋଇ ବସ ମାଲିକ ସଂଘ ସଭାପତି ମାନସ ସାମଲ , ସମ୍ପାଦକ ସନ୍ତୋଷ ମିଶ୍ର, ଢେଙ୍କାନାଳ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରଭାକର ବେହେରାଙ୍କ ସମେତ ତାଳଚେର ଢେଙ୍କାନାଳ ଓ ଅନୁଗୁଳ ଘରୋଇ ବସ ମାଲିକ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । Advertisement
ଗୁଳିମାଡରେ ଜଣେ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ ହୋଇଛି l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର…
ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ପ୍ରାସାଶନ ବନ୍ଦ କରିଛି । ସୂଚନା ଅନୁସାରେ ଇଛାପୁର ଗ୍ରାମରେ ଆଗାମୀ…
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଡିକି ଭାଙ୍ଗି ଟଙ୍କା ଲୁଟ ଅନୁଗୁଳ – ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଲୁଟ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଡିକି ଭାଙ୍ଗି ତାଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ…