ମୁଖ୍ୟ ଖବର ଡଙ୍ଗା ଓଲଟି ଜଣେ ମୃତ Angul OnlineDecember 5, 2021December 5, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଦେବଗଡ଼ ଜିଲ୍ଲା ବରକୋଟ ଥାନା ଠିଆନାଳ ଗ୍ରାମର ଭାଗ୍ୟ ଧୀବର ବୋଲି ଜଣା ପଡିଛି । ସେ ଗତ କାଲିଠାରୁ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ବହୁ ଖୋଜ ଖୋଜି କଲା ପରେ ଆଜି ତାଙ୍କ ମୃତଦେହ ଭାସୁଥିବା ଦେଖି ପାଲଲହଡା ଅଗ୍ନିଶମ ବିଭାଗ ଏବଂ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରିବା ସହ ପୁଲିସ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି । Advertisement
ଲକ୍ଷାଧିକ ଟଙ୍କା ହଡପ କରି ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର ଅନୁଗୁଳ – ନିଜ ନାମରେ ଜାଲିଆତି କରି ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ । ଗିରଫ ମ୍ୟାନେଜର ନବ କିଶୋର ଧାରୁଆଙ୍କୁ…
ଦୁଇ ପୂଜା କମିଟି ବିବାଦ ତେଜିଲା – ପୂଜା ପରେ ହେବ ସମାଧାନ ଅନୁଗୁଳ – ଅନୁଗୁଳ ସହରର ବଜାର ଛକ ପୂଜା କମିଟି ଏବଂ ଗାନ୍ଧୀ ଛକ ପୂଜା କମିଟି ମଧ୍ୟରେ ପୂଜାକୁ ନେଇ ଲାଗିଥିବା ବିବାଦ ତେଜୁଛି ।…
ହାତୀ ଆକ୍ରମଣରେ ଗଜ ସାଥୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର କତଡା ଡ଼ଙ୍ଗାଧରସାହିରେ ଅଭାବନୀୟ ଘଟଣା ଘଟି ଯାଇଛି l ହାତୀ ଘଉଡ଼ାଇଵାକୁ ଯାଇଥିବା ବେଳେ ବେଳେ ହାତୀ ଆକ୍ରମଣରେ…