ଖେଳ ଓ ଖେଳାଳି ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା – ପୁରୁଷରେ ବାଲେଶ୍ବର, ମହିଳାରେ କିଟ୍ ଚମ୍ପିଅନ Angul OnlineDecember 15, 2021December 15, 2021 ଅନୁଗୁଳ – ଅନୁଗୁଳ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ପୁରୁଷ ବିଭାଗରେ ବାଲେଶ୍ଵର ଓ ମହିଳା ବିଭାଗରେ କିଟ୍ ଚମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ପୁରୁଷ ବିଭାଗ ଫାଇନାଲରେ ବାଲେଶ୍ଵର ୧ ପଏଣ୍ଟରେ (୧୯-୧୮) କିଟ୍ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ଚମ୍ପିଅନ ହୋଇଥିଲା । ଏହି ପ୍ରତିଯୋଗିତାରେ ଜଗତସିଂହପୁର ତୃତୀୟ ସ୍ଥାନରେ ରହିଥିଲା । ସେହିପରି ମହିଳା ବିଭାଗର ଫାଇନାଲ ମ୍ୟାଚରେ କିଟ୍ ବିଶ୍ଵବିଦ୍ୟାଳୟ ୬ ପଏଣ୍ଟରେ (୧୫-୯) ବାଲେଶ୍ଵରକୁ ପରାସ୍ତ କରିଛି । ଏଥିରେ ମଧ୍ୟ ଜଗତସିଂହପୁର ତୃତୀୟ ସ୍ଥାନରେ ରହିଥିଲା । ଉଦଯାପନୀ ଉତ୍ସବରେ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ , ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଦିଲୀପ ସାହୁ , ଜିନ୍ଦଲର କାର୍ଯ୍ୟକାରି ସଭାପତି ରବି ଶଙ୍କର , ଓଡିଶା ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ୨୨ଟି ଜିଲ୍ଲାରୁ ପୁରୁଷ ବିଭାଗରେ ୨୨ଟି ଦଳର ୩୦୮ ଜଣ ଓ ମହିଳା ବିଭାଗରେ ୧୮ଟି ଦଳରୁ ୨୫୨ ଜଣ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ଓଡ଼ିଶା ଦଳ ଚୟନ କରାଯିବ । ସେମାନେ ୨୬ ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଜାତୀୟ କ୍ରୀଡାରେ ଭାଗ ନେବେ । Advertisement
ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଫାଇନାଲରେ କମାଣ୍ଡୋ ୧୧ ଏବଂ ତେଲକୋଇ ଅନୁଗୁଳ – ଅନୁଗୁଳ ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଆଜି ( ବୁଧବାର) ଖେଳା ଯାଇଥିବା…
ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…
ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର ଅନୁଗୁଳ – ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ ବିଦୁର । ଶହ ଶହ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଅନୁଗୁଳର ବିଦୁର କୁମାର ମହାପାତ୍ର ମସଲମାନିଆ ଇଣ୍ଡିଆ ୨୦୨୧…