ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ Angul OnlineDecember 21, 2021December 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ମହୁରପାଣି ଗ୍ରାମର ଭୁବନ ନାଏକ (୬୪) ଜନୈକା ନାବାଳିକାକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିବା ସହ ଏହି ଘଟଣା ବାହାରେ ପ୍ରକାଶ କଲେ ମାରିଦେବା ପାଇଁ ଧମକ ଦେଇଥିଲା । ସମ୍ପୃକ୍ତା ନାବାଳିକା ଏ ସମ୍ପର୍କରେ ନିଜ ଘରେ ଜଣେଇବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୁଲିସ ଦଫା ୩୭୬(୨)(ସି)୪ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଭୁବନ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହିଦିନଠାରୁ ଭୁବନ ବିଚାରାଧୀନ କଏଦୀ ଭାବେ ସଜା କଟୁଥିଲା । ମଙ୍ଗଳବାର ମାନ୍ୟବର ଆଡ଼ସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ କୋର୍ଟ ଶ୍ରୀ ଅଗସ୍ତି କୁମାର ସାହୁ ଏହି ମାମଲାର ଶୁଣାଣି କରି ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୯ ଦସ୍ତାବିଜକୁ ଆଧାରକରି ବିଚାରପତି ଅଗସ୍ତି କୁମାର ସାହୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩୬୩ ଦଫା ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ୬ ମାସ କାରାଦଣ୍ଡ , ଦଫା ୩୭୬(୨)(ଏଫ) ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ , ଦଫା ୩୭୬(୩) ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ , ଦଫା ୫୦୬ ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପକ୍ସୋ ଆଇନର ଧାରା ୬ ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯିବ ବୋଲି ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସରୋଜ ପଟ୍ଟନାୟକ କେଶ ପରିଚାଳନା କରୁଥିଲେ । Advertisement
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି…
ପିତଳ ଥାଳି ଧରେଇ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା ତାଳଚେର – ସୁନା ଥାଳି କହି ଦମ୍ପତିଙ୍କୁ ଦେଲେ ପିତଳ ଥାଳି ଆଉ ଲୁଟିନେଲେ ୧୫ ଲକ୍ଷ ଟଙ୍କା । ତାଳଚେର ଲିଙ୍ଗରାଜ କଲୋନୀରେ ପରିବାର ସହ…
ବନ୍ଧୁକ ଦେଖାଇବା ସହ କଟୁରୀରେ ହାଣି ଲୁଟିନେଲେ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଲୁଟେରାଙ୍କ ଦୌରାତ୍ମ କମିବାରେ ନାଁ ନେଉ ନାହିଁ l ଗତ କିଛି ଦିନ ତଳେ ଏକ ମଦ ଦୋକାନ ଓ ପରେ…