ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ Angul OnlineDecember 21, 2021December 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ମହୁରପାଣି ଗ୍ରାମର ଭୁବନ ନାଏକ (୬୪) ଜନୈକା ନାବାଳିକାକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିବା ସହ ଏହି ଘଟଣା ବାହାରେ ପ୍ରକାଶ କଲେ ମାରିଦେବା ପାଇଁ ଧମକ ଦେଇଥିଲା । ସମ୍ପୃକ୍ତା ନାବାଳିକା ଏ ସମ୍ପର୍କରେ ନିଜ ଘରେ ଜଣେଇବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୁଲିସ ଦଫା ୩୭୬(୨)(ସି)୪ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଭୁବନ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହିଦିନଠାରୁ ଭୁବନ ବିଚାରାଧୀନ କଏଦୀ ଭାବେ ସଜା କଟୁଥିଲା । ମଙ୍ଗଳବାର ମାନ୍ୟବର ଆଡ଼ସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ କୋର୍ଟ ଶ୍ରୀ ଅଗସ୍ତି କୁମାର ସାହୁ ଏହି ମାମଲାର ଶୁଣାଣି କରି ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୯ ଦସ୍ତାବିଜକୁ ଆଧାରକରି ବିଚାରପତି ଅଗସ୍ତି କୁମାର ସାହୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩୬୩ ଦଫା ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ୬ ମାସ କାରାଦଣ୍ଡ , ଦଫା ୩୭୬(୨)(ଏଫ) ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ , ଦଫା ୩୭୬(୩) ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ , ଦଫା ୫୦୬ ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପକ୍ସୋ ଆଇନର ଧାରା ୬ ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯିବ ବୋଲି ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସରୋଜ ପଟ୍ଟନାୟକ କେଶ ପରିଚାଳନା କରୁଥିଲେ । Advertisement
ସୁଧ ବେପାର ଅଭିଯୋଗରେ ଗିରଫ ହେଲେ ସୁଧ ବେପାରୀ ସୁଶୀଲ ଅନୁଗୁଳ – ଟଙ୍କା ସୁଧରେ ଦେଇ ଜଣେ ଶିକ୍ଷକଙ୍କ ଠାରୁ ସମୂଳସୁଧରେ ଟଙ୍କା ଆଦାୟ କରିବା ଅଭିଯୋଗରେ ଅନୁଗୁଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଧ ବେପାରୀ ସୁଶୀଲ…
ଘର ତଳୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର – ଘଟଣାରେ ଡିଆଇଜି ରଖିଲେ ପ୍ରତିକ୍ରିୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ଘର ଆଗରୁ ଆଜି ସକାଳେ…
ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଲେ – ଷ୍ଟେସନ ଯିବା ବାଟରୁ କରିଥିଲେ ଅପହରଣ ! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା । ଘଟଣାରେ ଏବେ ନୂଆଁ ମୋଡ ଆସିଚ୍ଚି । ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ…