ଅପରାଧମୁଖ୍ୟ ଖବର ବନବିଭାଗରେ ଭିଜିଲାନ୍ସର ଛାନଭିନ – ଖୋଜୁଛି ବାଉଁଶ ବୁଦା Angul OnlineJanuary 7, 2021January 7, 2021 ଅନୁଗୁଳ – ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଅ ଯାଇଛି । ବାଉଁଶ ପୂର୍ଣ୍ଣଜନନ ରେ ହେରଫେର ନେଇ ଅଭିଯୋଗ ହେବା ପରେ ଏହି ଚଢ଼ାଉ କରାଅ ଯାଇଛି । ଅଭିଯୋଗକାରୀ ପୁରୁଣାଗଡ଼ ଗ୍ରାମର ପ୍ରସନ୍ନ ସାହୁଙ୍କ କହିବା ଅନୁଯାୟୀ ୨୦୧୭-୧୮ ମସିହାରେ ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଜଙ୍ଗଲରେ ବାଉଁଶ ପୁନର୍ଜନନ ପାଇଁ କାମ୍ପା ପାଣ୍ଠିରୁ ବନ୍ତଳା ରେଞ୍ଜ କୁ ଟଙ୍କା ଦିଆଯାଇଥିଲା । ବାଉଁଶ ବୁଦାର ବିକାଶ କରାଯିବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା । ବାଉଁଶ ବୁଦା ମୂଳରେ ଗାତ ଖୋଳିବା ଠାରୁ ଆରମ୍ଭ କରି ସେଥିରେ ପଥର ଖଞ୍ଜିବା ଆଦି କାମ ମୁଲିଆଙ୍କ ଜରିଆରେ କରିବା ପାଇଁ କୁହା ଯାଇଥିଲା । କିନ୍ତୁ କୌଣସି ବାଉଁଶ କାମ ନ କରି ଟଙ୍କା ଉଠା ଯାଇଥିଲା । ଆରଟିଆଇ ରେ ଏ ସବୁ ମାଗି ତଦନ୍ତ ଦାବି କରିବା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ମିଛ କେଶରେ ମଧ୍ୟ ଫସାଇ ଦିଆ ଯାଇଥିଲା । ଏହି ଜଙ୍ଗଲ କେଲେଙ୍କାରୀର ଖୋଳତାଡ଼ ପାଇଁ ଶେଷରେ ସେ ଲୋକାଯୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ମାମଲାର ଶୁଣାଣି କରି ଲୋକଯୁକ୍ତ ଘଟଣାର ତଦନ୍ତ କରିବାକୁ ଅନୁଗୁଳ ଭିଜିଲାନ୍ସକୁ ନିର୍ଦେଶ ଦେଇଥିଲା । ନିର୍ଦେଶ ପରେ ଭିଜିଲାନ୍ସ ଏହି ତଦନ୍ତ ଆରମ୍ଭ କରିଛି । ଏକ ଚାଳିଶ ଜଣିଆ ଟିମ ଚାରି ଭାଗରେ ବିଭକ୍ତ ହୋଇ ବନ୍ତଳା ରେଞ୍ଜ କାର୍ଯ୍ୟାଳୟ ସମେତ ନୂଆକ୍ଷେତା ଜଙ୍ଗଲ , ବଲଙ୍ଗ ଜଙ୍ଗଲ ଭିତରକୁ ଯାଇ ଖାନତଲାସୀ ଆରମ୍ଭ କରିଛନ୍ତି । Advertisement
ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିଲେ – ଗାଁ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଲେ ଜରପଡା – (ANGUL ONLINE)- ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରପଡା ଗାଁ ଭିତରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଜଣ ଦୁର୍ବୃତ୍ତ…
ଚାରି ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରଦଣ୍ଡାଦେଶ । କାରାଦଣ୍ଡାଦେଶ ଦେଲେ ଅନୁଗୁଳ ଫାଷ୍ଟ…
ଗାନ୍ଧୀ ମାର୍ଗରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ବୀପହରରେ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ଗାନ୍ଧୀ ମାର୍ଗର…