ଆଞ୍ଚଳିକ ହାଇୱା ଧକ୍କାରେ ଯୁବକ ମୃତ Angul OnlineDecember 22, 2021December 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲାର ବୋଲି ଜଣା ପଡିଥିବା ବେଳେ ସଂପୂର୍ଣ୍ଣ ପରିଚୟ ଜଣା ପଡି ନଥିବା ପୁଲିସ କହିଛି । ସୁଚନା ଅନୁସାରେ ଯୁବକ ଜଣଙ୍କ ମୋଟରସାଇକେଲରେ ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଚାଳକ ଜଣଙ୍କ ରାସ୍ତାକଡ଼କୁ ଛିଟିକି ପଡିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମୋଟରସାଇକେଲଟିକୁ ଜବତ କରି ତଦନ୍ତ କରୁଛି । Advertisement
ପଞ୍ଚାୟତିରାଜ ଦିବସରେ ସମ୍ମାନିତ ହେଲେ ବିଭିନ୍ନ ପଞ୍ଚାୟତ ଅନୁଗୁଳ – ସ୍ଥାନୀୟ ବିଜୁମଇଦାନ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ…
ମାଳତୀ ଦେବୀ ଥିଲେ ଜଣେ ସାଲିସ ବିହୀନ ସମାଜସେବୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଡି କଲୋନୀ ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୧୧୭ ତମ ଜନ୍ମ ଜୟନ୍ତୀ…
ବିଜେପି ସାଂସଦଙ୍କ ଇସ୍ତଫା ଦାବି କଲା ବିଜୁ ଯୁବ – ଛାତ୍ର ଜନତା ଦଳ ଅନୁଗୁଳ – ଓଡ଼ିଶାର ବରପୁତ୍ର, ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ…