ଆଞ୍ଚଳିକ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ନିର୍ଦେଶକ ହେଲେ କାଳନ୍ଦୀ ସାମଲ Angul OnlineDecember 23, 2021December 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କୁ ଭାରତ ସରକାରଙ୍କର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ଡ଼ାଇରେକ୍ଟର ଭାବେ ନିଯୁକ୍ତି ମିଳିଛି । ଶ୍ରୀ ସାମଲ ରାଜ୍ୟ ବିଜେପିର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେରରୁ ଜନ ପ୍ରତିନିଧିତ୍ୱ କରୁଥବା ଶ୍ରୀ ସାମଲଙ୍କୁ ଏନଏସଆଇସିର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ନୂତନ ଭାବେ ଏଭଳି ଏକ ଗୁରୁ ଦାୟିତ୍ୱ ମିଳି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା , କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ । ଏହି ପଦବୀ ମିଳିବା ପରେ ଜାତୀୟ ଶିଳ୍ପ ନିଗମକୁ ଓଡ଼ିଶା ରାଜ୍ୟ ପାଇଁ ଅଧିକ ଉପଯୋଗୀ କରିବା ଉପରେ ଧ୍ୟାନ ଦେବା ପାଇଁ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । Advertisement
ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ନିମନ୍ତେ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର କରଡାବାହାଳି ଠାରେ ବୁଧବାର ସିଙ୍ଗାରେନି କମ୍ପାନୀର ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଅନୁଗୁଳ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ…
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର…