Uncategorizedଆଞ୍ଚଳିକ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ଜିଲ୍ଲାପାଳଙ୍କ ପ୍ରଶଂସା Angul OnlineJanuary 7, 2021January 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟରତ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବଡମହୀତଳା ସ୍ଥିତ ଜନ ଜୀବିକା କେନ୍ଦ୍ର ପରିଦର୍ଶନରେ ଆସି ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ପ୍ରଶଂସା କରିଛନ୍ତି । ଜନ ଜୀବିକା କେନ୍ଦ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କ ଦ୍ଵାରା ଛତୁଚାଷ, ହରବାଲସ୍ପା ଉତ୍ପାଦ, ଝୋଟ ଉତ୍ପାଦ ସାମଗ୍ରୀ, ସ୍ୱଳ୍ପ ବ୍ୟୟରେ ସାନିଟାରୀ ନାପକିନ ପ୍ରସ୍ତୁତି, ଅଗରବତୀ ତିଆରି ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଇତ୍ୟାଦି ଉପକ୍ରମ ସେ ପରିଦର୍ଶନ କରିଥିଲେ । ଜେଏସପିଏଲ ଫାଉଣ୍ଡେସନ ତଥା ଓରମାସ , ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ସହଭାଗିତାରେଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପ୍ରୋତ୍ସାହିତ କରାଯାଉଅଛି । ଏହି ଅବସରରେ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବିଭନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦ ଗୋଷ୍ଠୀର ସଦସ୍ୟାଙ୍କ ସହ କଥା ବାର୍ତା ହେବା ସହ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ସ୍ଵାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସାମଗ୍ରୀର ଗୁଣ ମାନ ଏବଂ ବଜାର ସୁବିଧା କିପରି ବୃଦ୍ଧି ହୋଇ ପାରିବ ସେଥି ନିମନ୍ତେ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଆଶ୍ଵସନା ପ୍ରଦାନ କରିବା ସହ କିଛି ଉତ୍ପାଦର କୋ ବ୍ରାଣ୍ଡିଂ ନିମନ୍ତେ ଆଲୋଚନା କରିଥିଲେ । ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଅର୍ଗାନିକ ଉତ୍ପାଦ ଗୁଡିକୁ ବିକ୍ରୀ କରିବା ନିମନ୍ତେ ସେ ଅନୁଗୋଳର ଏକ ଉପଯୁକ୍ତ ସ୍ଥାନରେ ଷ୍ଟଲ ପ୍ରଦାନ କରିବା ନିମନ୍ତେ ସହମତ ହୋଇଥିଲେ । ଜାନୁଆରୀ ୬ ତାରିଖରେ ହୋଇଥିବା ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆଯାଉଥିବା ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ବ୍ୟାପୀ ସହଭାଗୀତା ଏବଂ ସହଯୋଗରେ କାର୍ଯ୍ୟ କରିବା ନିମନ୍ତେ କହିଥିଲେ । ଏହା ଏକ ମଡେଲ ଭାବେ ଗ୍ରାମୀଣ ମହିଳାଙ୍କୁ ଜୀବିକା ଉପାର୍ଜନରେ ସହାୟତା କରିବା ସହ ସେମାନଙ୍କର ସଶକ୍ତୀକରଣ କରିବା ନିମନ୍ତେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଜନଜୀବିକା କେନ୍ଦ୍ର ଜେଏସପିଏଲ ଫାଉଣ୍ଡେସନର ଏକ ସ୍ଵତନ୍ତ୍ର ଉପକ୍ରମ ଯାହାକି ମହିଳା ଉଦ୍ୟୋଗୀ ସୃଷ୍ଟି କରି ବିଭିନ୍ନ ପ୍ରକାର ଜୀବିକା ଉପାର୍ଜନ ମାଧ୍ୟମରେ ସଶକ୍ତୀକରଣ କରାଯାଉଅଛି । ଏହି କେନ୍ଦ୍ରରେ ଆଖ ପାଖ ଗ୍ରାମାଞ୍ଚଳରୁ ୧୬୦ ଜଣ ମହିଳା ସଂଶ୍ଳିଷ୍ଟ ଅଛନ୍ତି ଏବଂ ସେମାନେ ସେମାନଙ୍କ ବଳକା ସମୟର ସୁବିନିଯୋଗ କରି ନିଜ ପରିବାର ପାଇଁ ନିରନ୍ତର ଭାବେ କିଛି ଆର୍ଥିକ ଉପାର୍ଜନକ୍ଷମ ହୋଇପାରିଛନ୍ତି । ଜେଏସପିଏଲ ଫାଉଣ୍ଡେସନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସିଡ ପୁଞ୍ଜି, ତାଲିମ ,ଦକ୍ଷତା ବୃଦ୍ଧି, ଶୂନ୍ୟ ଖର୍ଚରେ ରିଭୋଲ୍ବିଙ୍ଗ ଫଣ୍ଡ, କାର୍ଯ୍ୟଶୀଳ ପୁଞ୍ଜି ଏବଂ ବଜାର ଯୋଗାଯୋଗ ଆଦି କାର୍ଯ୍ୟରେ ସହାୟତା ପ୍ରଦାନ କରୁଅଛି । ସେହି ଭଳି ଜାନୁଆରୀ ୭ ତାରିଖରେ ଜିଲ୍ଲାପାଳ ଶ୍ରୀ ସ୍ଵାଇଁ ଅନୁଗୋଳସ୍ଥିତ ଆଦୃତା ଶିଶୁ ସଦନ ପରିଦର୍ଶନରେ ଆସିଥିଲେ । ଯେଉଁଠାରେ ବର୍ତମାନ ୧୫୦ ଜଣ ନିରାଶ୍ରୟ ଶିଶୁଙ୍କୁ ଆଶ୍ରୟ ପ୍ରଦାନ କରାଯାଉଅଛି ଏବଂ ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ଉକ୍ତ ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ, ହଷ୍ଟେଲ ବିଲଡିଙ୍ଗ ଏବଂ ବହୁମୂଖୀ ହଲ ଇତ୍ୟାଦି ସହାୟତା ପ୍ରଦାନ କରାଯାଉଥିବାର ଜାଣି ଶ୍ରୀ ସ୍ଵାଇଁ ଜେଏସପିଏଲ ଫାଉଣ୍ଡେସନର ପ୍ରଶଂସା କରିଥିଲେ । ପରିଶେଷରେ ଜିଲ୍ଲାପାଳ କହିଥିଲେ ଯେ, ଏହି ପ୍ରକଳ୍ପ ତଥା ଉପକ୍ରମ ଗୁଡିକ ବହୁତ ପ୍ରଭାବଶାଳୀ ଏବଂ ଜେଏସପିଏଲ ଫାଉଣ୍ଡେସନ ଏହି କାର୍ଯ୍ୟବଳୀ ନିମନ୍ତେ ପ୍ରଶଂସାଯୋଗ୍ୟ । ଉନ୍ନୟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ମାନଙ୍କ ନିମନ୍ତେ ଏକ ରୋଲ ମଡେଲ ବୋଲି ପ୍ରକାଶ କରିଥିଲେ । Advertisement
ମାଛ ଜାଲରେ ପଡିଲା ଅଜଗର ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା…
ଟ୍ରେନ ଭିତରେ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ – ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଅନୁଗୁଳ – ଟ୍ରେନ ଶୌଚାଳୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇଛି । ଆତ୍ମହତ୍ଯା ଉଦ୍ଯମ କରିଥିବା ବେଳେ ଗୁରତର ଅବସ୍ଥାରେ ତାକୁ ଜିଲ୍ଲା…
ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା ଅନୁଗୁଳ – ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ତାରିଖ ଅପରାହ୍ନରୁ ୯ ତାରିଖ…