Uncategorizedଆଞ୍ଚଳିକବାଣିଜ୍ୟ ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ Angul OnlineJanuary 8, 2021January 8, 2021 ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ ଏମସିଏଲର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଦେଶରେ କୋଇଲା ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ଥିବା ସମସ୍ତ ଖଣିରୁ କିପରି ସୁଚାରୁ ରୂପେ କୋଇଲା ଉତ୍ତୋଳନ ହୋଇପାରିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଲିଙ୍ଗରାଜ ଓ ଭୁବନେଶ୍ୱରି କୋଇଲା ଖଣିରେ ଦୁଇଟି CHP ପ୍ରସ୍ତୁତ କରାଯାଉଛି ତାହା ଅତିଶୀଘ୍ର ସମ୍ପୂର୍ଣ କରିବାପାଇଁ ନିର୍ଦେଶ ଦେଇଛନ୍ତି । ଏହି CHP କାର୍ଯ୍ୟକାରୀ ହେଲେ ପ୍ରଦୂଷଣର ମାତ୍ରା ମଧ୍ୟ କମିବ । ଏମ.ସି.ଏଲ ଦ୍ୱାରା ନିର୍ମିତ ମେଡିକାଲ କଲେଜ ମଧ୍ୟ ଅତିଶୀଘ୍ର ଚାଲୁ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ଅପରପକ୍ଷରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଚେୟାରମ୍ୟାନଙ୍କୁ ଭେଟି ଏଗାର ଦଫା ଦାବିପତ୍ର ପ୍ରଦାନ କରିଥିଲେ । Advertisement
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବ ଏସ.ୟୁ.ସି.ଆଇ. – ୨୯ ରେ ଗଣ ବିକ୍ଷୋଭ ଅନୁଗୁଳ – ଜୀନଜୀବନର ଜ୍ଵଳନ୍ତ ସମସ୍ୟା ସମାଧାନ ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ଵର ଠାରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି…
ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ…
ଟ୍ରକ ମାଲିକ ସଂଘ ନିର୍ବାଚନ-ଅମରେଶ ସଭାପତି,ରଜତ ସାଧାରଣ ସମ୍ପାଦକ ଅନୁଗୁଳ – ଚଳିତ ୨୦୨୫/୨୭ ବର୍ଷ ପାଇଁ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ସଂଘର…