ମୁଖ୍ୟ ଖବର ବରିଷ୍ଠ ଡାକ୍ତରଙ୍କ ପରରୋକ Angul OnlineJanuary 19, 2022January 19, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତର ଆରକେଏସ ମହାପାତ୍ରଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଏକ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ସେ ନିଜେ ଏକ ଘରୋଇ ନର୍ସିହୋମରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ମେଡ଼ିସିନ ସ୍ପେଶାଳିଷ୍ଟ ଭାବେ ବେଶ ଜଣା ଶୁଣା ଥିଲେ । ତାଙ୍କ ଘର କାମାକ୍ଷାନଗର ଭୁବନ ଗାଁ ହୋଇଥିବା ବେଳେ ସେ ଦୀର୍ଘଦିନ ହେଲା ଅନୁଗୁଳରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଆଠମଲ୍ଲିକ ଉପଖଣ୍ତ ଚିକିତ୍ସାଳୟ ଓ ଅନୁଗୋଳ ଜେଲ ରେ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ମୁଖ୍ୟତଃ ରୋଗୀ ଦେଖିବା ବେଳେ ଅତି ଶାନ୍ତ ଓ ହସାହସ ମୁହଁରେ ରହୁଥିବା ଯୋଗୁଁ ତାଙ୍କର ବେଶ ସୁନାମ ଥିଲା । ତାଙ୍କ ଅକାଳ ବିୟୋଗରେ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି । Advertisement
ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ଶାରୀରିକ ପରୀକ୍ଷା ବେଳେ ଅଘଟଣ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋ CISF ପଡ଼ିଆରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ଜଣେ ଯୁବକଙ୍କୁ…
ବାଗଡିଆରେ ଗୋଷ୍ଠୀ ସଂଘର୍ଷ, ୬ ଜଣଙ୍କୁ ଗିରଫ କଲା ପୁଲିସ ଛେଣ୍ଡିପଦା – ଅନଗୁଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ଗାଁରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…