ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି ମୁଖ୍ୟତଃ ସମ୍ବଲପୁରରୁ କଟକ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୫ ମରଣଯନ୍ତା ପାଲଟିଛି ଅନେକ ବର୍ଷ ହେଲା ଏହି ରାଜପଥର ସଂପ୍ରସାରଣ କାମ ଚାଲୁଥିଲେ ମଧ୍ୟ ସରିବାର ନାଁ ନେଉ ନାହିଁ । ରାଜପଥର ଅଧିକାଂଶ ସ୍ଥାନରେ ବଡ ବଡ ଗାତ ହୋଇ ରହିଥିବା ବେଳେ ପିଚୁ ସଂପୂର୍ଣ୍ଣ ଉଠି ଯାଇ ଧୁଳି ରେ ପରିପୂର୍ଣ୍ଣ ହୋଇ ରହିଛି । ଯାହା ଫଳରେ ଏହି ରାଜପଥ ଦେଇ ଯିବା ଆସିବା କରିବା କଷ୍ଟକର ହୋଇ ପଡିଛି । ଏପରିକି ଅନେକ ସମୟରେ ଦୁର୍ଘଟଣା ଘଟି ମୂଲ୍ଯବାନ ଜୀବନ ମଧ୍ୟ ନଷ୍ଟ ହେଉଛି ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଆଉ ଏହି ଅବସ୍ଥା ପାଇଁ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ କାମ ନେଇଥିବା ଏଜେନ୍ସିକୁ ଦାୟୀ କରିବା ସହ ଫେବ୍ରୁଆରି ୨୮ ତାରିଖ ସୁଦ୍ଧା କାମ ସଂପୂର୍ଣ୍ଣ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ମହେଶ ତାଙ୍କ କହିବା କଥା ରାଜପଥ ସଂପ୍ରସାରଣ ପାଇଁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଯେଉଁ ଜମି ଅଧିଗ୍ରହଣ ହେବା କଥା ତାହା ରାଜ୍ୟ ସରକାର ଅଧିଗ୍ରହଣ କରି ଏଜେନ୍ସିକୁ ହସ୍ତାନ୍ତର କରି ସାରିଛନ୍ତି କେନ୍ଦ୍ର ସରକାର ମଧ୍ୟ ଯେତିକି ଅର୍ଥ ଦରକାର ତାହା ମଧ୍ୟ ପ୍ରଦାନ କରି ସାରିଛନ୍ତି କେନ୍ଦ୍ର ସରକାର କୋଭିଡ ମହାମାରୀ ସମୟରେ ମଧ୍ୟ ଏଜେନ୍ସିକୁ କାମ କରିବାକୁ ଅନୁମତି ଦେଇଥିଲେ ଏହା ପରେ ଜାତୀୟ ରାଜପଥର ଅଧିକାରୀ ମାନଙ୍କୁ ଡାକି ତାଗିଦ ମଧ୍ୟ କରିଛନ୍ତି ଏହା ସତ୍ବେ କାମରେ ଅଗ୍ରଗତି ହେଉ ନାହିଁ ଯାହାକି କାମ ନେଇଥିବା ଏଜେନ୍ସିର ବରବାଦିଆ ନୀତି ପାଇଁ କାମ ସଂପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି ବୋଲି ସାଂସଦ ମହେଶ ସାହୁ ଅଭିଯୋଗ ଆଣିଛନ୍ତି ଏଥିପାଇଁ ସେ ଚଳିତ ମାସ ଶେଷ ସୁଦ୍ଧା କାମ ସଂପୂର୍ଣ୍ଣ ନ ହୋଇଥିଲେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେବା ସହ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଏହା ସହ ଅବହେଳା ପାଇଁ ଦାୟୀ ରହିଥିବା ଏଜେନ୍ସିର ଅଧିକାରୀଙ୍କୁ ଗିରଫ କରିବାକୁ ମଧ୍ୟ ସେ ଦାବି କରିବେ ବୋଲି କହିଛନ୍ତି

Advertisement

Leave a Reply

Your email address will not be published. Required fields are marked *