ମୁଖ୍ୟ ଖବର ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ Angul OnlineFebruary 25, 2022February 25, 2022 ଅନୁଗୁଳ – ପୂର୍ବତନ ଡେପୁଟି ମିନିଷ୍ଟର ହୋମ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସେ ଗତ ୧୫ ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀଯୁକ୍ତ ଦେବରାଜ ୧୯୭୧ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ମନ୍ତ୍ରୀ ମଣ୍ଡଳରେ ଡେପୁଟି ମିନିଷ୍ଟର ହୋମ ଥିଲେ । ତାଙ୍କରି ସମୟରେ ଅନୁଗୁଳରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେ ଜଣେ ନିଷ୍ଠାପର , ସଚ୍ଚୋଟ ତଥା ଗରିବ ଲୋକଙ୍କ ଦରଦୀ ବନ୍ଧୁ ଥିଲେ । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ତଥା ଶୁଭେଚ୍ଛୁଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । Advertisement
ମହିଳାଙ୍କ ମୃତଦେହ ଉଦ୍ଧାର – ଗଣ ବଳତ୍କାର ପରେ ହତ୍ୟା ଅଭିଯୋଗ ପାଲଲହଡା – ଶୁକ୍ରବାର ସନ୍ଧ୍ୟାରେ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଜଣେ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର କରାଯାଇଛି । ଗଣ ବଳାତ୍କାର ପରେ ମହିଳା…
ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ ଅନୁଗୋଳ – ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୁଲିସ । ଅନେକ ଦିନ ହେଲା ଏକ ଭଡା ଘରେ…
ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ନିର୍ଧୂମ ମାଡ – ଗିରଫ କଲା ପୁଲିସ ତାଳଚେର – ବଜାର ଉପରେ ଗୋ ମାଂସ ବିକ୍ରି ଅଭିଯୋଗରେ ତାଳଚେର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ରାଷ୍ଟ୍ରୀୟ ବଜରଙ୍ଗ ଦଳ , ତାଳଚେର ଶାଖାର…