ଅପରାଧ କାରରୁ ଗଞ୍ଜେଇ ଜବତ – ୨ ଗିରଫ Angul OnlineMarch 13, 2022March 13, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ ସ୍ୟାଣ୍ଟ୍ରୋ କାରକୁ ଜବତ କରଛି । ସେଥିରୁ ୩୭ କେଜି ଗଞ୍ଜେଇକୁ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଅଞ୍ଚଳର ସପନ ରୟ ଏବଂ ଅନ୍ୟ ଜଣେ ବିହାର ଅଞ୍ଚଳର ସୁକାନ ଯାଦବ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୭ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଗଞ୍ଜେଇ ଚୋରା କାରବାର ଆଉ କେଉଁ ମାନଙ୍କର ହାତ ରହିଛି ତାହା ଜାଣିବା ପାଇଁ ଗିରଫ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି । Advertisement
ଗୁଳି ମାଡ କରି ଲୁଟ କରୁଥିବା ଡକାୟତ ଗ୍ୟାଙ୍ଗ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ବଡ଼କେରା ପେଟ୍ରୋଲ ପମ୍ପ ନିକଟରେ ଆଇ.ଟି.ସି କମ୍ପାନୀର ଜଣେ ଡିଲରଙ୍କୁ ଗୁଳିମାଡ କରି ଟଙ୍କା ଲୁଟ ଉଦ୍ୟମ…
ଯୌତୁକ ଜନିତ ହତ୍ୟା ମାମଲାରେ ହତ୍ୟାକାରୀକୁ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶରଧାପୁର ଗାଁର ଭାରତୀ ପରିଡା ୨୦୧୫ ମସିହାରେ କୁମଣ୍ଡ ଭଣ୍ଡୁବର ଗାଁର ପହଲି ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।…
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୨ ଗିରଫ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ବନାଞ୍ଚଳରେ ଥିବା ସହରଗୁରୁଜାଙ୍ଗ ଜଙ୍ଗଲରେ ନିଆଁ ଲାଗଉଥିବା ବେଳେ ୨ଜଣଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନା ଅନୁସାରେ…