ଅପରାଧ କାରରୁ ଗଞ୍ଜେଇ ଜବତ – ୨ ଗିରଫ Angul OnlineMarch 13, 2022March 13, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ ସ୍ୟାଣ୍ଟ୍ରୋ କାରକୁ ଜବତ କରଛି । ସେଥିରୁ ୩୭ କେଜି ଗଞ୍ଜେଇକୁ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଅଞ୍ଚଳର ସପନ ରୟ ଏବଂ ଅନ୍ୟ ଜଣେ ବିହାର ଅଞ୍ଚଳର ସୁକାନ ଯାଦବ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୭ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଗଞ୍ଜେଇ ଚୋରା କାରବାର ଆଉ କେଉଁ ମାନଙ୍କର ହାତ ରହିଛି ତାହା ଜାଣିବା ପାଇଁ ଗିରଫ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି । Advertisement
ବିଅର ବାର ନିକଟରେ ଦୁଇ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ – ଉଭୟ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ା ଗାଡ଼ିଆ ନିକଟରେ ଥିବା ଏକ ବିଅର ବାର ଠାରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁଇ…
ଘରେ ପଶି ଲକ୍ଷାଧିକ ଟଙ୍କା ସହ ଲକ୍ଷେ ଟଙ୍କାର ଚୁଟି(ବାଳ) ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ ଛେଣ୍ଡିପଦା – ଅନୁଗୋଳ ବାଗଡ଼ିଆ ଥାନା ଅଞ୍ଚଳରେ ଲୁଟ୍ । ୪ ବ୍ୟବସାୟୀ ରହୁଥିବା ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟ୍ କରିବା ସହ ଏକ ବସ୍ତା…
ଧାନ ଚୋର କରିବାକୁ ଯାଇ ଖୁଣ୍ଟରେ ବନ୍ଧା ହେଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମର ଧାନ ମିଲରୁ ଧାନ ବସ୍ତା ଚୋରି କରିବା ବେଳେ ଯୁବକ ଧରା ପଡ଼ିବା ପରେ ତାଙ୍କୁ…